କବାଡିଆ ଦୋକାନ ଉପରେ ଚଢ଼ାଉ
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ନିମାପଡ଼ା ର ଗୋଲେଇ ଛକ ଓ ଗୋପ ଥାନା ର ଯୋଗେଶ୍ୱରପୁର ଠାରେ ଥିବା ଦୁଇଟି କବାଡିଆ ଦୋକାନ ଉପରେ ପୁରୀ ରେଳ ସୁରକ୍ଷା ବଳ ଓ ଖୋର୍ଦ୍ଧା ରେଳ ସୁରକ୍ଷା ବଳ ର ଏକ ୭ ଜଣିଆ ଟିମ ଆଜି ମିଳିତ ଭାବେ ଚଢ଼ାଉ କରିଥିଲେ। ଉଭୟ ଦୋକାନ ରୁ ବିପୁଳ ପରିମାଣର ରେଳ ଧାରଣା ଓ ଅନ୍ୟ ଲୁହାସାମଗ୍ରୀ ଜବତ ହୋଇଛି।ନିମାପଡ଼ା କବାଡିଆ ଦୋକାନ ମାଲିକ ବୁଟା ପ୍ରଧାନ ଓ ଯୋଗେଶ୍ୱର ପୁର କବାଡିଆ ଦୋକାନ ର ମାଲିକ କୈଳାଶ ମାଣିକ କୁ ରେଳ ସୁରକ୍ଷା ବଳ ଗିରଫ କରି ନିମାପଡ଼ା ଥାନା ରେ ହାଜର କରାଇ ପୁରୀ ନେଇ ଏସ ଡି ଜି ଏମ୍ ଙ୍କ କୋଟ ରେ ହାଜର କରିଛନ୍ତି। ପୁରୀ ରେଳ ବିଭାଗ ପୋଲିସ ଇନ୍ସପେକ୍ଟର ଅମରେଶ ବେହେରା ଓ କୈଳାସ ମଲ୍ଲିକ ଙ୍କ ନେତୃତ୍ଵ ରେ ଏହି ଚଢାଉ କରାଯାଇଥିଲା।ଏହି ଘଟଣା ସମଗ୍ର ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।