କବାଡ଼ିି ଦେଇଛି ୧୭୦ଙ୍କୁ ସରକାରୀ ଚାକିରି
କେବଳ ପାଠ ନୁହେଁ ଖେଳ ବି ଜୀବିକା ପାଇଁ ବାଟ କଢ଼ାଇ ନିଏ, ଏଭଳି ବାର୍ତ୍ତା ଦେଇଛି ଉତ୍ତରପ୍ରଦେଶର ଦୁଇଟି ଗାଁ । ଯେତେବେଳେ କବାଡ଼ି ଖେଳ କଥା ପଡେ ସେତେବେଳେ ଫଖରପୁର ଓ ବସି ଗାଁର ନାଁ ଆଗକୁ ଅ ।ସିଯାଏ । ବାଗପତ ଜିଲାର ଏହି ଦୁଇ ଗାଁର ପିଲାମାନେ ପିଢିି ପରେ ପିଢି କବାଡ଼ି ଖେଳି ଅ ।ସୁଛନ୍ତି । ସକାଳ ହେବା କ୍ଷଣି ଯୁବକ ଓ ଯୁବତୀମାନେ ଖେଳରେ ମାତିଯାଆନ୍ତି । ଦୁଇ ଗାଁରେ ଏବେ ୧୭୦ ଜଣ ଖେଳାଳି ସରକାରୀ ଚାକିରିରେ ନିଯୁକ୍ତ ହୋଇସାରିଲେଣି । ପ୍ରତିଦିନ ୭ଟି ପଡିଆରେ ପିଲାମାନେ ଖେଳ ଅଭ୍ୟାସ କରନ୍ତି । ଏହି ଗାଁରୁ ବହୁ କବାଡି ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଛନ୍ତି । ପାଖାପାଖି ୧୯୫୦ ମସିହାରେ ଫଖରପୁରର ଭୀମ ସିଂ କବାଡ଼ି ଖେଳ ଆରମ୍ଭ କରିବା ପରେ ଦୁଇ ଗାଁର ଯୁବତୀଯୁବକଙ୍କର ପ୍ରିୟଖେଳ ହୋଇଯାଇଛି । କବାଡ଼ି ଫେଡେରେଶନ ଅଫ୍ ଇଣ୍ଡିଆର କୋଚ୍ ସୁନିଲ ବଶିଷ୍ଠ ମଧ୍ୟ ଫଖରପୁର ନିବାସୀ । ଏହିି ଗାଁର ବିଜୟ ପ୍ରୋ କବାଡ଼ି ଲିଗ୍ର ବେଙ୍ଗାଲୁରୁ ବୁଲ୍ସ ଟିମରେ ଖେଳୁଛନ୍ତି ।


