କବିତା ମଞ୍ଜରୀ ସନ୍ୟାସୀ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ମୃତିଚାରଣ ଓ ସମ୍ବର୍ଦ୍ଧନା ସଭା

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ସୋସୋ ପଞ୍ଚାୟତ ମରଚାଇପଦା ଗ୍ରାମରେ କବିତା ମଞ୍ଜରୀ ସନ୍ୟାସୀ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ସ୍ମୃତିଚାରଣ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଡକ୍ଟର ରାମଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷାବିତ ନାରାୟଣ ଚନ୍ଦ୍ର ବିଶ୍ୱାଳ, ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରାଉତ, ମୋହନ ଚରଣ ମହାନ୍ତି, ଟ୍ରଷ୍ଟର ପ୍ରତିଷ୍ଠାତା ରାଧାକୃଷ୍ଣ ବିଶ୍ୱାଳ, ଟ୍ରଷ୍ଟର ଅଧ୍ୟକ୍ଷା ଡ. ରୀନା ବଳ, ଟ୍ରଷ୍ଟର ଉପଦ୍ଦେଷ୍ଟା ତଥା ଉଚ୍ଚ ଶିକ୍ଷା ବିଭାଗର ଉପ ଶାସନ ସଚିବ ମିତାରାଣୀ ବିଶ୍ୱାଳ, ଟ୍ରଷ୍ଟର ଉପଦ୍ଦେଷ୍ଟା ତଥା ଆର.ଏସ. ସିପ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଶୀବାନୀ ବିଶ୍ୱାଳ, ଆର.ଏସ. ସିପ ମ୍ୟାନେଜମେଣ୍ଟର ମୁଖ୍ୟ ଯନ୍ତ୍ରୀ ରାମକୃଷ୍ଣ ବିଶ୍ୱାଳ, ବଉଳା କଲେଜର ଅଧ୍ୟାପିକା ସୁନନ୍ଦା ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ସାମ୍ବାଦିକ କିଶୋର ଚନ୍ଦ୍ର ଆଚାର୍ଯ୍ୟ, ଗୋପାଳ କୃଷ୍ଣ ରାଉତ, ଶଙ୍ଖାଳି ଚରଣ ରାଉଳ, ଜଗନ୍ନାଥ ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ କବିତା ମଞ୍ଜରୀ ଓ ସନ୍ୟାସୀ ବିଶ୍ୱାଳଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ସନ୍ୟାସୀ ସାର ଏକାଧାରରେ ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷକ, କବି, ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱ ଓ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଥିଲେ । ନିଜ ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ସ୍ଥାପନ କରିବାରେ ତାଙ୍କର ଭୂମିକା ଓ କେନ୍ଦୁଝର ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ଅତୁଳନୀୟ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଶିକ୍ଷାବିତ ମକର କେତନ ଥାଟୋଇଙ୍କୁ ଶିକ୍ଷକନିଧି, ଶଙ୍ଖାଳି ଚରଣ ରଣାଙ୍କୁ ଶିକ୍ଷକ ମିତ୍ର, ବୈଲୋଚନ ନାୟକ ଓ ବିଜୟ କେତନ ରାଉତଙ୍କୁ କବିତା ମଞ୍ଜରୀ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ନାଇପର ଟପର ହୋଇଥିବା ନିଉଦାନୀର ଛାତ୍ରୀ ଅନନ୍ୟା ଆଇଚଙ୍କୁ ଟ୍ରଷ୍ଟ ପକ୍ଷରୁ ଏକ ଲାପଟପ ଦିଆଯାଇଥିବାବେଳେ ପଠାଣୀ ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ବ୍ଲକ ଟପର ହୋଇଥିବା ସାଇଜ୍ୟୋତି ରାଉଳଙ୍କୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଶିବାଶିଶ ବାରିକ, ମୋତି ରଞ୍ଜନ ଦାସ, ସହଦେବ ସିଂ, ଅରସ୍ମୀତା ପଣ୍ଡା, ପ୍ରୀତିରେଖା ଚକ୍ର, ସୁମିତ ପୁହାଣ, ପ୍ରଜ୍ଞାନ କୁମାର ବେହେରା, ପ୍ରସନ୍ନ କୁମାର ବେହେରା, ଆଶିଷ କୁମାର ବେହେରା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ରଶ୍ମୀରାଣୀ ସାହୁ, ସାରଦା ମିଶ୍ର, ବଉଳା କଲେଜ ସୋସୋର ଏସ.କେ. ମୁସ୍ତାକଙ୍କୁ ସେମାନଙ୍କ କୃତ୍ତିତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଡାକ୍ତର ରାଧାକୃଷ୍ଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ