କବିତା ସାହୁ ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ବିଜୁ ମହିଳା ଜନତା ଦଳ କର୍ମକାର୍ତ୍ତ ମନୋନୀତ ହୋଇଯାଇଛି। ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଗଞ୍ଜାମ ଜିଲ୍ଲା ବୁଜୁ ମହିଳା ଦଳର ସଭାନେତ୍ରୀ ଭାବେ ସଂଘମିତ୍ରା ଦଳେଇଙ୍କୁ ମନୋନୀତ କରିଥିବା ବେଳେ ୧୮ ଜଣ ଉପସଭାନେତ୍ରୀ ମନୋନୀତ କରିଛନ୍ତି। ଗଞ୍ଜାମ ଜିଲ୍ଲାର ୧୮ ଜଣ ଉପସଭାନେତ୍ରୀଙ୍କ ମଧ୍ୟରୁ ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର କବିତା ସାହୁ ମନୋନୀତ ହୋଇଛନ୍ତି। କବିତା ସାହୁ ଜିଲ୍ଲା ଉପସଭାନେତ୍ରୀ ମନୋନୀତ ହୋଇଥିବା ଜାଣିବାପରେ ବହୁ ନେତା ଓ କର୍ମୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲା ବିଜୁ ମହିଳା ଦଳର ଉପସଭାନେତ୍ରୀ ଭାବେ ମନୋନୀତ ହୋଇଥିବା ଯୋଗୁଁ ଶ୍ରୀମତୀ ସାହୁ ପୋଲସରା ବିଧାୟକ ତଥା ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ କୃତଜ୍ଞତା ଜଣାଇବା ସହ ନିଷ୍ଠାର ସହ ଦାୟିତ୍ୱ ସମାପନ କରିବି ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ