ଉଭାନ ୨୦୦୦ ଓ ୫୦୦ ଟଙ୍କିଆ ନୋଟ କଳାଧନ ନୁହେଁତ ?

ବୁଗୁଡା, (ଅନିଲ କୁମାର ମହାରଣା):କେନ୍ଦ୍ରରେ ମୋଦୀଜୀଙ୍କ ନେତୃତ୍ୱରେ ସରକାର ଗଠନ ପରେ କଳାଧନ କୁ ଧଳାଧନରେ ପରିଣତ କରିବା ପାଇଁ ୨୦୧୬ ନଭେମ୍ବର ୮ ତାରିଖ ମଧ୍ୟ ରାତ୍ରରୁ ବିମୁଦ୍ରିକରଣ ପଦକ୍ଷେପ ଗ୍ରହଣ କଟିଥିଲେ। ପୂର୍ବରୁ ପ୍ରଚଳିତ ୧୦୦୦ ଓ ୫୦୦ ଟଙ୍କିଆ ନୋଟକୁ ଅଚଳ କରାଯାଇ ନୂତନ ଭାବେ ୨୦୦୦ ଓ ୫୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲେ। ନୂତନ ନୋଟ ୨୦୧୬ ରୁ ୨୦୨୨ ମଧ୍ୟରେ ଛପାଯାଇଛି ୩୭୦ କୋଟି ଖଣ୍ଡ ଦୁଇ ହଜାର ଟଙ୍କିଆ ନୋଟ। ୨୦୧୬ ରୁ ୨୦୨୨ ମଧ୍ୟରେ ନଷ୍ଟ ହୋଇଛି ୧୦୨ କୋଟି ଖଣ୍ଡ ଦୁଇ ହଜାର ଟଙ୍କିଆ ନୋଟ। ଛପା ଯାଇଥିବା ଟଙ୍କାରୁ ନଷ୍ଟ ହୋଇଥିବା ନୋଟ ବିୟୋଗ କଲେ ୨୬୮ କୋଟି ଖଣ୍ଡ ଦୁଇ ହଜାର ଟଙ୍କିଆ ନୋଟ ରହିବା କଥା। ହେଲେ ୨୦୨୧-୨୨ ହିସାବ ପ୍ରକାରେ ୨୧୪.୨ କୋଟି ଖଣ୍ଡ ଦୁଇ ହଜାର ଟଙ୍କିଆ ନୋଟ ରହିଅଛି। ଅର୍ଥାତ ୫୩.୮ କୋଟି ଖଣ୍ଡ ଦୁଇ ହଜାର ଟଙ୍କିଆ ନୋଟ ଉଭାନ ହୋଇଯାଇଛି। ଯାହାର ମୋଟ ମୂଲ୍ୟ ୧.୦୭୬ ଲକ୍ଷ କୋଟି ଟଙ୍କା। ସେହିପରି ୨୦୧୬ ରୁ ୨୦୨୨ ମଧ୍ୟରେ ଛପାଯାଇଛି ୬୪୭୯ କୋଟି ଖଣ୍ଡ ପାଞ୍ଚ ଶହ ଟଙ୍କିଆ ନୋଟ। ୨୦୧୬-୨୨ ମଧ୍ୟରେ ନଷ୍ଟ ହୋଇଛି ୨୯୮ କୋଟି ଖଣ୍ଡ ପାଞ୍ଚ ଶହ ଟଙ୍କିଆ ନୋଟ। ନଷ୍ଟ ହୋଇଥିବା ନୋଟକୁ ବାଦ ଦେଲେ ୬୧୮୧ ହଜାର ଖଣ୍ଡ ପାଞ୍ଚ ଶହ ଟଙ୍କିଆ ନୋଟ ରହିବା କଥା । ମାତ୍ର ବଜାରରେ ଉପଲବ୍ଧ ଅଛି ୫୪୫୫ କୋଟି ଖଣ୍ଡ ପାଞ୍ଚ ଶହ ଟଙ୍କିଆ ନୋଟ। ଅର୍ଥାତ ଉଭାନ ହୋଇଛି ୧୬୨୬ କୋଟି ଖଣ୍ଡ ପାଞ୍ଚ ଶହ ଟଙ୍କିଆ ନୋଟ। ଉଭାନ ହୋଇଥିବା ପାଞ୍ଚ ଶହ ଟଙ୍କିଆ ନୋଟର ମୂଲ୍ୟ ୮.୧୩ ଲକ୍ଷ କୋଟି ଟଙ୍କା। ଉଭାନ ହୋଇଥିବା ଦୁଇ ହଜାର ଟଙ୍କିଆ ନୋଟ ଓ ପାଞ୍ଚ ଶହ ଟଙ୍କିଆ ନୋଟର ମୋଟ ମୂଲ୍ୟ ହେଲା ୯.୨୦୬ ଲକ୍ଷ କୋଟି ଟଙ୍କା। ୨୦୧୬ ନଭେମ୍ବର ମାସରୁ ୨୦୨୨ ମଧ୍ୟରେ ଛପା ଯାଇଥିବା ନୋଟ ମଧ୍ୟରୁ ନଷ୍ଟ ହୋଇଥିବା ଟଙ୍କାକୁ ବାଦଦେଲା ପରେ ବ୍ୟାଙ୍କ ଓ ବଜାର ଟଙ୍କା ହିସବାକୁ ନେଲାପରେ ଉଭାନ ହୋଇଥିବା ୯.୨୦୬ ଲକ୍ଷ କୋଟି ଟଙ୍କା କେଉଁଠି ଅଛି ତାହା ରିଜର୍ଭ ବ୍ୟାଙ୍କ ମଧ୍ୟ ଜାଣିପାରିନାହାଁନ୍ତି। ଛଅ ବର୍ଷ ମଧ୍ୟରେ ୯.୨୦୬ ଲକ୍ଷ କୋଟି ମୂଲ୍ୟର ୨୦୦୦ ଓ ୫୦୦ ଟଙ୍କିଆ ନୋଟ ଉଭାନ ହୋଇଥିବା ବେଳେ ତାହା କଳାଧନ ନୁହେଁତ ? ଲୁକାୟିତ ଏହି ୨୦୦୦ ଓ ୫୦୦ ଟଙ୍କିଆ ନୋଟ ବାହାର କରିବାକୁ କେନ୍ଦ୍ର ସରକାର କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ