କବିଲୋଚନ ବେହେରାଙ୍କ ଗ୍ରନ୍ଥାବଳୀ ଉନ୍ମୋଚିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଫକୀର ମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବି ଲୋଚନ ବେହେରାଙ୍କ ଦ୍ୱିତୀୟ ଭାଗ ଗ୍ରାନ୍ଥାବଳୀ ଉନ୍ମୋଚନ ଉତ୍ସବ ଶାନ୍ତିକାନନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ ଯୋଗ ଦେଇ ଗ୍ରାନ୍ଥାବଳୀକୁ ଉନ୍ମୋଚନ କରିଥିଲେ । ଡ. ଶିରୀଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡ. ହରିଶ୍ଚନ୍ଦ୍ର ବେହେରା ଉପସ୍ଥିତ ରହି ଗ୍ରନ୍ଥାବଳୀର ସମୀକ୍ଷା କରିଥିଲେ । ସଂପାଦକ ଡ. କୁମାର ଗୋପାଲ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଫକୀର ମୋହନ ସାହିତ୍ୟ ପରିଷଦ କୋଷାଧ୍ୟକ୍ଷ ତପନ ରାୟ ମଂଚ ଆହ୍ୱାନ କରିବା ସହ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଲେଖକ କବି ଲୋଚନ ବେହେରା ଗ୍ରାନ୍ଥବଳୀର ବିଷୟବସ୍ତୁକୁ ଆଲୋକପାତ କରିଥିଲେ । ପ୍ରାରମ୍ଭରରେ କବୟତ୍ରୀ କଲ୍ୟାଣୀ ନନ୍ଦ ମନମୁଗ୍ଧକର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶିରୀଶ ଚନ୍ଦ୍ର ଜେନା, କୁମାର ଗୋପାଲ, ପ୍ରଦୀପ କୁମାର ଚାଟାର୍ଜୀ, ନିବାରଣ ଜେନା, ରାଧାରଂଜନ ପଟ୍ଟନାୟକ, ତପନ ରାୟ, କଲ୍ୟାଣୀ ନନ୍ଦ, ଦୀନବନ୍ଧୁ ଲେଙ୍କା, ଡ. ସନାତନ ଦାସ, ଅଶ୍ୱନୀ କୁମାର ମହାନ୍ତି, ଭାଗିରଥି ବେହେରା, ମୁକ୍ତିକାନ୍ତ ମିଶ୍ର, ରମାକାନ୍ତ ପ୍ରଧାନ, ଗୋବର୍ଦ୍ଧନ ମହାନ୍ତି, ସଞ୍ଜୟ କୁମାର ପଣ୍ଡା, ବେଣୁଧର ସାହୁ, ପ୍ରଭାକର ସାହୁ, ମଧୁସୂଦନ ମାଝୀ, ନିତ୍ୟ ରଂଜନ ବିଶ୍ୱାଳ, ପଦ୍ମଲୋଚନ ଦତ୍ତ, ଦେବାଶିଷ ସିଂହ, ସାରଙ୍ଗଧର ତ୍ରିପାଠୀ, ପୁରୁଷୋତ୍ତମ ବେହେରା, ବିମଳ କୁମାର ଜେନା, ସୁବାଷ ଚନ୍ଦ୍ର ପାତ୍ର, ମମତା ମହାପାତ୍ର, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଅଞ୍ଜଳୀ ପଣ୍ଡା, ଅରୁଣା ରାୟ, ନୃସିଂହ ଚରଣ ପ୍ରଧାନ, ଦେବକାନ୍ତ ବେହେରାଙ୍କ ସମେତ ବହୁ କବି, କବୟତ୍ରୀ, ଲେଖକ, ସାହିତ୍ୟିକ ଓ ଗାଳ୍ପିକମାନେ ଯୋଗ ଦେଇଥିଲେ । ଶେଷରେ ଭାଗିରଥୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


