କବିସୂର୍ଯ୍ୟ ରକ୍ତଦାତା ସେବା ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଦନା ପ୍ରଦାନ
ଛତ୍ରପୁର (ଦେବଦତ୍ତ ମହାରଣା): କବିସୂର୍ଯ୍ୟନଗର ର କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ସଂଘର ପ୍ରତିଷ୍ଠାତା ସୁମନ୍ତ କୁମାର ଚର୍ଚ୍ଚୀ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଦନା ପ୍ରଦାନ କରିଛନ୍ତି । ଏହା ସହିତ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ସଂଘର ସେବା କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିବା ସହିତ ସଂଘର ଶୁଭକାମନା କରିଥିଲେ । ଉକ୍ତ ସମ୍ବର୍ଦ୍ଦନା ପ୍ରଦାନ ସମୟରେ ଶିକ୍ଷକ ଦିବାକର ଶତପଥୀ, ଡକ୍ଟର ସୁରେନ୍ଦ୍ରନାଥ ସାହୁ, ଅଭିମନ୍ୟୁ ନାହାକଙ୍କ ସମେତ ଶ୍ରୀକାନ୍ତ କୁମାର ମହାରଣା, ପୁନାଲଦୀପ ଜେନା, ବେଣୁ ସାହୁ, ପ୍ରଦୀପ କୁମାର ସାହୁ, କାଳିଆ ସାହୁ, ଲକ୍ଷ୍ମଣ ସେଠୀ ଓ ମନୋଜ କୁମାର ଜେନା ପ୍ରମୁଖ ରକ୍ତଦାନ ସେବା ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ ।


