ବଜ୍ରପାତରେ ଗଲା ଚାଷୀଙ୍କ ଜୀବନ; ସରକାରୀ ସହାୟତା ଦାବୀ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ): ସୋମବାର ସକାଳୁ ବେଲଗୁଣ୍ଠା ସମେତ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ପବନ ଲାଗି ରହିଥିଲା।ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା।ବେଲଗୁଣ୍ଠା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି।କୁରୁଳେଇ ଗ୍ରାମରେ ବଜ୍ରାଘାତ ଘଟି ଜଣଙ୍କ ପ୍ରାଣହାନି ହୋଇଛି।ମୃତକ ଚାଷୀ ଜଣକ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ କୁରୁଳେଇ ଗ୍ରାମର ପ୍ରଫୁଲ ସ୍ବାଇଁ 60 ,,ଦୀର୍ଘଦିନ ହେଲା ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଆଜିର ବର୍ଷା ଯୋଗୁଁ ଚାଷୀମାନେ ନିଜ ନିଜ ଜମିରେ କାମ କରୁଥିବା ବେଳେ ହାଠାତ୍ 1 ଘଣ୍ଟା 15 ମିନଟ ସମୟରେ ବଜ୍ରାଘାତ ଘଟିବାରୁ ସେମାନେ କୁଆଡେ ଯାଇ ନପାରି ଜମିରେ ରହିଥିଲେ । ବଜ୍ରପାତ ଯୋଗୁଁ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ଅନ୍ୟ ଜମିରେ କାମ କରୁଥିବା ଚାଷୀମାନେ ଏହାଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ପ୍ରଫୁଲଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ବର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ବେଲଗୁଣ୍ଠା ପୋଲିସ ପହଞ୍ଚି 17/21, ରେ ଏକ ଅପମୃତୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଭଞ୍ଜନଗର ମେଡିକାଲରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି । ମୃତକ ଗରିବ ଚାଷୀ ପରିବାର ହୋଇଥିବାରୁ ସ୍ଥାନୀୟ ଲୋକେ ସେମାନଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ