କବି ଦୁର୍ଯ୍ୟୋଧନ ବାରିକଙ୍କ ‘ଆଡ଼ପ ମଣ୍ଡପ’ ପୁସ୍ତକ ଉନ୍ମୋଚିତ

ବାଲେଶ୍ୱର, (ସରୋଜ ପଣ୍ଡା):ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଓ ପ୍ରାଣର ସ୍ପନ୍ଦନ । ତାଙ୍କର ସମସ୍ତ ମାନବୀୟ ଲୀଳାର ପଟାନ୍ତର ନାହିଁ । କବି ଦୁର୍ଯ୍ୟୋଧନ ବାରିକଙ୍କ କବିତାରେ ଶବ୍ଦମାଧୁର୍ଯ୍ୟ ଓ ଭାବ ବିନ୍ୟାସର ସୌକୁମାର୍ଯ୍ୟ, ଛନ୍ଦସର୍ବସ୍ୱ ରୂପ ପାଠକ ପ୍ରାଣକୁ ବିମୋହିତ କରିବ ବୋଲି ‘ଆଡ଼ପ ମଣ୍ଡପ’ କବିତା ଗ୍ରନ୍ଥ ଉନ୍ମୋଚନ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ଶ୍ରୀ ବାରିକଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଉପ-ସଭାପତି କବି ଦୀନବନ୍ଧୁ ଲେଙ୍କା ପୌରୋହିତ୍ୟ କରିଥିଲେ । ବରିଷ୍ଠ ସାହିତ୍ୟଶିଳ୍ପୀ ଡ. ପ୍ରହ୍ଲାଦ ଚରଣ ମହାନ୍ତି ମୁଖ୍ୟ ଅତିଥି, ପରିଷଦର ପ୍ରାକ୍ତନ ସଭାପତି ଡ. ହରିଶ୍ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବରେ ଓ ଡ. ଶିରୀଶଚନ୍ଦ୍ର ଜେନା ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ । ପରିଷଦର ଯୁଗ୍ମ ସମ୍ପାଦକ ଡ. ସାରଙ୍ଗଧର ତ୍ରିପାଠୀ ପ୍ରାକକଥା ରଖିଥିବା ବେଳେ ଯୁଗ୍ମ ସମ୍ପାଦିକା କବି କଲ୍ୟାଣୀ ନନ୍ଦ ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । କବି ଶ୍ରୀଯୁକ୍ତ ବାରିକ ପ୍ରାରମ୍ଭରେ ନିଜର ଲେଖକୀୟ ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କବି ଦୁର୍ଯ୍ୟୋଧନ ବାରିକଙ୍କ ସୁଯୋଗ୍ୟା କନ୍ୟା କବୀ ସଂଗୀତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ବାଲେଶ୍ୱରର ବହୁ କବି ସାହିତ୍ୟିକ ଏଥିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ