କବି ବ୍ରଜନାଥ ରଥଙ୍କ ଜୟନ୍ତୀରେ ସାରସ୍ୱତ ସମ୍ମାନ ସମାରୋହ

ବାଲେଶ୍ୱର, (ସରୋଜ ପଣ୍ଡା):କବି ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ କବିଙ୍କର ୮୮ତମ ଜନ୍ମଦିନ ତଥା ବିଶ୍ୱତାରା ଓଡିଆ ଗବେଷଣା ଗ୍ରନ୍ଥାଗାରର ଷୋଡ଼ଶ ପ୍ରତିଷ୍ଠା ଦିବସ ସୁନହଟସ୍ଥିତ ତାଙ୍କ ବାସଭବନରେ ଗୁରୁବାର ପାଳିତ ହୋଇଯାଇଛି । ବିଶିଷ୍ଟ ଗବେଷିକା ତଥା ଫକୀର ମୋହନଙ୍କର ଅଣନାତୁଣୀ ଡ. ନିବେଦିତା ମହାନ୍ତି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କବି ବ୍ରଜନାଥ ରଥ ଓଡ଼ିଶା ଓ ଜାତୀୟ ସ୍ତରର ଜଣେ ମହାନ କବି ଓ ଲେଖକ ଥିଲେ ବୋଲି ଅବିହିତ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ବରିଷ୍ଠ ପୁଲିସ ଅଧିକାରୀ ସୂର୍ଯ୍ୟମଣି ତ୍ରିପାଠୀ ଯୋଗଦେଇ କବି ବ୍ରଜନାଥ ରଥଙ୍କୁ ଓଡ଼ିଆ ସାହିତ୍ୟର ଉତ୍ତରକବାଟ ବୋଲି ବର୍ଣ୍ଣନା କରିଥିଲେ । ଏହି ଅବସରରେ ବିଶିଷ୍ଟ ଲେଖକ ପ୍ରଫେସର ଡ଼. ଆଦିକନ୍ଦ ସାହୁଙ୍କୁ କବି ବ୍ରଜନାଥ ରଥ ସାରସ୍ୱତ ସମ୍ମାନ, କବୀ ସୈରିନ୍ଧ୍ରୀ ସାହୁଙ୍କୁ ବ୍ରଜନାଥ ରଥ ସ୍ମୃତି ସମ୍ମାନ ଓ ଯୁବ ଲେଖକ ଓ ଗବେଷେକ ଡ଼. ସୁଶୀଳ କୁମାର ବାଗଙ୍କୁ ବ୍ରଜନାଥ ରଥ ସାରସ୍ୱତ ସମ୍ବର୍ଦ୍ଧନା ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି ପୁଷ୍ପଲତା ଦେବୀ ଓ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ମିଳିତ ଭାବେ ପ୍ରଦାନ କରିଥିଲେ । ଏହି ସମ୍ମାନରେ ନଗଦ ଅର୍ଥ ରାଶି ସହିତ ପ୍ରଶସ୍ତିପତ୍ର ତଥା ଅଙ୍ଗବସ୍ତ୍ର ପ୍ରଦାନ କରାଯିଇଥିଲା । ସମ୍ବର୍ଦ୍ଧିତ ଅବସରରେ ପ୍ରଫେସର ସାହୁ ବ୍ରଜନାଥ ରଥ ଜଣେ ଅଗ୍ରଜ କବି ଭାବରେ ଚିରକାଳ ମନେ ରହିବ ବୋଲି ମତବ୍ୟକ୍ତ କରିଥିଲେ । ସ୍ମୃତି ସମ୍ମାନ ଗ୍ରହଣ କରିଥିବା ବିଶିଷ୍ଟ କବୀ ସୈରିନ୍ଧ୍ରୀ ସାହୁ କବି ବ୍ରଜନାଥ ରଥ ତାଙ୍କ ପାଇଁ ଅନନ୍ୟ ପ୍ରେରଣାର ଉସ୍‌ô ଥିଲେ ବୋଲି ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ କବି କାଳିକିଙ୍କର ଦାସ ମଂଚ ଆହ୍ୱାନ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି କାଳୀପଦ ପଣ୍ଡା ସ୍ୱାଗତ ଭାଷଣ ରଖିଥିଲେ । ମନସ୍ୱନୀ ଦେବୀ, ସୌଭାଗିନୀ ମିଶ୍ର ତଥା ଅନୁସୂୟା ରଥ ମାନପତ୍ର ପାଠ କରିଥିବା ବେଳେ କବି ବ୍ରହ୍ମନାଥ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ କବି କାଳୀକିଙ୍କର ଦାସଙ୍କ କାବ୍ୟ ପୁସ୍ତକ ସରଗର ଶେଷସ୍ୱର ଓ ମାଧବଚନ୍ଦ୍ର ଜେନାଙ୍କର କବିତା ସଂକଳନ ଖରାବେଳ ଓ ଫେରିବାଲାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।ଏହି ସମାରୋହ ପରିଚାଳନାରେ ବ୍ୟୋମନାଥ ରଥ, ବିଧୁନାଥ ରଥ, ଅନୀତା ରଥ ଅନୁସୂୟା ରଥ, ଅର୍ଚ୍ଚନା ରଥ, ଡାକ୍ତର ମୃତ୍ୟୁଞୟ ମିଶ୍ର, ଓଜସ୍ୱିନୀ ମିଶ୍ର, ମନସ୍ୱିନୀ ଦେବୀ, ସୌଭାଗିନୀ ମିଶ୍ର, ରାଧାନାଥ ରଥ, ପରମାନନ୍ଦ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ