ରାଷ୍ଟ୍ରୀୟ ଯୁବ ଦିବସରେ ବିଜେପିର ଗଣଦୌଡ଼
ବାଲେଶ୍ୱର, (ସରୋଜ ପଣ୍ଡା):ଆଧ୍ୟାତ୍ମିକ ଗୁରୁ ସ୍ୱମେୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବଦିବସ ପାଳିତ ହୋଇଯାଇଛି ।ଏନେଇ ଗଣଦୌଡ଼ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦୁବଲାଗଡି ଘଣ୍ଟିଆ ଛକରୁ ଆରମ୍ଭ ହୋଇ ବାହାବଳପୁର ମୁହାଣ ୟୁକୋ ବ୍ୟାଙ୍କଠାରେ ସମାପ୍ତ ହୋଇଥିଲା । ଯୁବମୋର୍ଚ୍ଚା ଜିଲ୍ଳା ସଭାପତି ରାଜେଶ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଗଣଦୌଡ଼ରେ ଦିଲ୍ଲୀପ ବେରା ଓ ଟୁକୁ ମାନ୍ନା ପରିଚାଳନା କରିଥିଲେ । ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହ।।ତ୍ର, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା,ଉପସଭାତି କମଲ ଲୋଚନ ଦାସ, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ସାଂସଦ ପ୍ରତିନିଧି ସୁଶାନ୍ତ ବେରା, ଯୁବମୋର୍ଚ୍ଚା ଉପସଭାତି ସୁବୋଧ ପଣ୍ଡା, ସଂପାଦକ ନାରାୟଣ ମହନ୍ତ, ବାହାବଳପୁରର ବରିଷ୍ଠ ସଦସ୍ୟ କାହ୍ନୁଚରଣ ବେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗଣଦୌଡ଼ରେ ସାମିଲ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ପ୍ରଥମ ହୋଇଥିବା ୩୦ ପ୍ରତିଯୋଗୀଙ୍କୁ ଯୁବମୋର୍ଚ୍ଚା ତରଫରୁ ସମ୍ମାନିତ କରାଯାଇଥିଲା ।


