କବି ସମ୍ରାଟ ମିଡିଆ କ୍ଲବ ଭଞ୍ଜନଗର ର ନୁତନ କର୍ମକର୍ତ୍ତା ଉପଜିଲ୍ଲାପାଳ ଙ୍କୁ ସ୍ୱାଗତ କଲେ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କବିସମ୍ରାଟ ମିଡ଼ିଆ କ୍ଲବ ପକ୍ଷରୁ ଭଞ୍ଜନଗର ଠାରେ ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଅନୀଲ କୁମାର ସେଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀଯୁକ୍ତ ସେଠୀ ଏହା ପୂର୍ବରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟକରୁଥିଲେ ଏବଂ ତାହା ପୂର୍ବରୁ ଭଞ୍ଜନଗର ଠାରେ ବିଡ଼ିଓ ଭାବେ ନିଜ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ଏଥିରେ କ୍ଲବର ସଭାପତି ପ୍ରଦୀପ କୁମାର ସ୍ୱାଇଁ, ଉପସଭାପତି ପୁରୁଷୋତ୍ତମ ମହାପାତ୍ର, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ସହସମ୍ପାଦକ ଉଦୟନାଥ ପଣ୍ଡା, ସଂଯୋଜକ ରଞ୍ଜିତ ଜେନା ସହିତ ସଦସ୍ୟ ସନ୍ତୋଷ ଜେନା, ବ୍ରଜବିହାରୀ ଆଚାର୍ଯ୍ୟ, ସୁଶାନ୍ତ ନାୟକ, ଆଶିଷ୍ କୁମାର ଗୌଡ,ମନୋଜ ଗୌଡ଼, ଚାରବାଙ୍ଗି ଶଙ୍କର ମିଶ୍ର, ପ୍ରଫୁଲ୍ଲ ମହାରଣା ଉପସ୍ଥିତ ଥିଲେ । ସଂଘର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଶ୍ରୀଯୁକ୍ତ ସେଠୀଙ୍କୁ ଅବଗତ କରାଯାଇଥିଲା ।କବି ସମ୍ରାଟ ମିଡିଆ କ୍ଲବ ଆଗାମୀ ଦିନ ମାନଙ୍କରେ ସାମ୍ବାଦିକଙ୍କ ଉନ୍ନତି ତଥା ସହଯୋଗ ସ୍ଥାପନ କରିବ ସେ ବିଷୟରେ ଆଲୋଚନା ହେବା ସହ ଆସନ୍ତା ମାସରେ ହେବାକୁ ଥିବା ଜାତୀୟ ପ୍ରେସ ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏଥିରେ ଭଞ୍ଜନଗର,ଜଗନ୍ନାଥ ପ୍ରସାଦ, ବେଲ୍ଲଗୁଣ୍ଠ।,ସୋରଡା ଅଂଚଳର ସାମ୍ବାଦିକ ବନ୍ଧୁ ମାନେ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ