କର୍ତ୍ତବ୍ୟ ନିଷ୍ଠ ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଚିକିଟି, (କୁରେଶୁ):ଚାନ୍ଦପୁର ପଂଚାୟତ ଅନ୍ତର୍ଗତ ଡଭାର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରସାଦ କୁମାର ପ୍ରହରାଜ ଙ୍କୁ ଅକ୍ଟୋବର ୩୧ ତାରିଖରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ଏହି ବିଦାୟ କାଳୀନ ସଭାରେ ବିଦ୍ୟାଳୟ ସଭାପତି ପିତାମ୍ବର ବେହେରା, ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜନାର୍ଦ୍ଦନ ଅଧିକାରୀ, ପୂର୍ବତନ ଭାର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ସେଠୀ, ପତି ଗୋବିନ୍ଦ ପୁର ସି ଆର୍ ସି ସି ନିରଞ୍ଜନ ସେଠୀ, କେ ନୂଆଗାଁ ସି ଆର ସି ସି ନାରାୟଣ ପ୍ରଧାନ ସହ ଗ୍ରାମର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହି ଶିକ୍ଷକ ପ୍ରହରାଜଙ୍କ କାର୍ଯ୍ୟର ଗୁଣ ଗରୀମାକୁ ବଖାଣି ଥିଲେ। ପ୍ରଧାନ ଶିକ୍ଷକ ପ୍ରସାଦ କୁମାର ପ୍ରହରାଜ ଙ୍କ ଆଠ ବର୍ଷର କାର୍ଯ୍ୟ କଳାପ ଗ୍ରାମର ବିଦ୍ୟାଳୟକୁ ବ୍ଲକ୍ ତଥା ଜିଲ୍ଲା ସ୍ତରରେ ପରିଚିତ କରେଇ ପାରିଥିବା ଯୋଗୁଁ ଗ୍ରାମବାସୀ ମାନେ ଖୁସି ବ୍ୟକ୍ତ କରିବା ସହ ତାଙ୍କର କର୍ତ୍ତବ୍ୟ ନିଷ୍ଠା, ଛାତ୍ର ବତ୍ସଳ ସହ ଦାୟିତ୍ଵ ବୋଧ ଗୁଣ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟୀ ବୋଲି ଅବସର ପ୍ରାପ୍ତ ବରିଷ୍ଠ କିରାଣୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ସ୍ବାଗତ ସମ୍ବର୍ଦ୍ଧନା ପର୍ବକୁ ସହକାରୀ ଶିକ୍ଷକ ନରେନ୍ଦ୍ର ସାହୁ ପରି ଚାଳନା କରିଥିଲା ବେଳେ ବିଦ୍ୟାଳୟ ସଭାପତି ପିତାମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ବରିଷ୍ଠ ପ୍ରଧାନ ଶିକ୍ଷକଙ୍କୁ ଡଭାର, ଦେଉଳିଆପଦା ଓ ଚାନ୍ଦପୁର ଗ୍ରାମ ପରିକ୍ରମା କରା ଯାଇ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟତ୍ରୀ ପ୍ରେମାଞ୍ଜଳୀ ଖାଡଙ୍ଗା ଶିକ୍ଷକ ବସନ୍ତ କୁମାର ଜାନୀ, କୁରେଶୁ ସାହୁ, ବିବେକାନନ୍ଦ ସେଠୀ ଓ ରମେଶ ଗୌଡ଼ ସହ ଯୁବ ସମାଜ ସେବୀ ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ ପାଣିଗ୍ରାହୀ, ଅମୃତାଞ୍ଜନ ସାହୁ ରାଘବ ସାହୁ, ନାଇକ ସେଠୀ ପ୍ରମୁଖ ପରି ଚାଳନା କରିଥିଲେ।


