କବି ସମ୍ରାଟ ସାହିତ୍ୟ ସଂସଦର ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ଭଞ୍ଜନଗର- ଓଡିଶାର ଦୁଇ ଜଣ ବରପୁତ୍ର ମହାନ ସ୍ବାଧିନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ପବିତ୍ର ଜନ୍ମ ଜୟନ୍ତୀ ଭେଜୁପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କବି ସମ୍ରାଟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଡଃ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ କବି ରବି ଦାଶ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପଦ୍ମନାଭ ପ୍ରଧାନ ,ଅଧ୍ୟାପକ ଡଃ ଗୁରୁମୁର୍ତ୍ତି ନାୟକ, ଅଧ୍ୟାପକ ଅଶୋକ କୁମାର ସ୍ବାଇଁ, ଅଣୁଫର୍ଦ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା କବି ଅଶୋକ ସାହୁ ,ସାହିତ୍ୟିକ ତଥା ସଂପାଦକ ସରୋଜ ନନ୍ଦ, କାର‌୍ୟ୍ୟକାରୀ ସଭାପତି ତଥା କବି ବଳରାମ ସ୍ବାଇଁ, ସି.ଆର୍.ସିସି ତଥା ବାର୍ତ୍ତା ସଂପାଦକ ତ୍ରିନାଥ ବେହେରା ,ସହ ସଂପାଦକ କୁମାର କାର୍ତ୍ତିକେଶ୍ବର ପ୍ରଧାନ,ଡାକ୍ତର ଗାୟତ୍ରୀ ସାହୁ,ଅଧ୍ୟାପିକା ସୁଜାତା ସିଂ,କବୟତ୍ରୀ ରେଣୁପ୍ରଭା ଦାଶ,ପତ୍ରକାର ତଥା କବି ବାଳକୃଷ୍ଣ ପଟ୍ଟନାୟକ,କବି ତଥା ଶିକ୍ଷକ ଅଜିତ କୁମାର ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ସମ୍ବନ୍ଧରେ ନାନା ଅନାଲୋଚିତ ତଥ୍ୟ କୁ ବର୍ଣ୍ଣନା କରିଥିଲେ । ଏହି ଅବସରରେ କବିତା ପାଠ ମଧ୍ୟ ଆୟୋଜିତ ହୋଇଥିଲା । ଓଡିଶାର ଏହି ଦୁଇ ଜଣ ବରପୁତ୍ରଙ୍କ ଜୟନ୍ତୀ ପାଳନ ପୂର୍ବକ ସେମାନଙ୍କ ସମ୍ବନ୍ଧରେ ଅଧିକ ପ୍ରଚାର ପ୍ରସାର ନିମିତ୍ତ ସାହିତ୍ୟିକଗଣ ନିଜର ଲେଖନୀ ଚାଳନା କରିବାକୁ ମତ ପ୍ରକାଶ ପାଇଥିଲା ।କାର୍ଯକ୍ରମ ଶେଷରେ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ