କମଳାପୁର ଚେକ ପଏଂଟ ସାଜିଛି କଳା ବେପାରିଙ୍କ ଗଳାବାଟ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ପଂଚାୟତ ଅଧିନ କମଳାପୁର ନିକଟରେ ରହିଥିବା ଚେକ ପଏଂଟ କଳାବେପାରୀଙ୍କ ଗଳାବାଟ ସାଜିଥିବା ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି । ମୋହନା ବ୍ଳକର କିଛି ଅତ୍ୟାବଶ୍ୟକ ସାମଗ୍ରି ବିକ୍ରି କରୁଥିବା ଦୋକାନୀଙ୍କୁ ଛାଡିଦେଲେ ବହୁ ସଂଖ୍ୟକ ଦୋକାନୀ ବିଭିନ୍ନ ଉପାୟ ଅବଲମ୍ବନ କରି ବ୍ରହ୍ମପୁରରୁ ଉଚିତ ଦରରେ ସାମଗ୍ରୀ ଆଣୁଥିବା ବେଳେ ଚଢା ଦରରେ ମୋହନା ବଜାର ସମେତ ବିଭିନ୍ନ ଗ୍ରାମାଂଚଳର ସାଧାରଣ ଲୋକଙ୍କୁ ଚଢା ଦରରେ ବିକୁଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ରହ୍ମପୁରରୁ ଧରି ଆସୁଥିବା ଗାଡି ଗୁଡିକ ଡାଲା ଭିତରେ ଗୁଟୁକା, ସାରାଙ୍ଗୁଡି ନାଶ, ସିଗାରେଟ୍, ବିଡି, ଖଇନି ଆଦି ଲୁକାୟିତଭାବେ ମୋହନା ଆଣି ଚଢାଦରରେ ଗୋଟିଏ ଗୁଟୁକାକୁ ୩ ଗୁଣ, ନାଶ ଏକ ପ୍ୟାକେଟ୍କୁ ୧୦ ଗୁଣ, ସିଗାରେଟ୍ ଓ ଖଇନି ୨ ଗୁଣ ଚଢାଦରରେ ବିକ୍ରି କରୁଛନ୍ତି । ଏହି ବେପାରର ମୁଖ୍ୟ ପଟାଦାର ହେଉଛନ୍ତି ବଡ ବଡ ଦୋକାନୀ । ପ୍ରଶାସନ ପକ୍ଷରୁ ଏମାନଙ୍କ ପ୍ରତି ଦୟାପରବଶ ହୋଇ ଚଢାଉ ନହେବା ଫଳରେ ଅନାୟସରେ ବିକି ବ୍ରହ୍ମପୁରରେ ଦାମ ବଢିଥିବା କହି ଲୋକଙ୍କୁ ଭୁଆଁ ବୁଲାଇ ଲୁଟିବାରେ ଲାଗିଛନ୍ତି । ନାକା ପଏଂଟରେ ଜଗୁଆଳି ରହୁଥିବା ସତ୍ୱେ କିପରି ଏତେ ପରିମାଣର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମାଦକ ଦ୍ରବ୍ୟ ମୋହନା ବ୍ଳକରେ ପ୍ରବେଶ କରୁଛି ତାହା ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷେ ପରିବା, ରୁଟି ଆଣୁଥିବା ଗାଡିକୁ ନଛଡା ଯାଇ ଗଞ୍ଜମ ଜିଲ୍ଲାକୁ ପଠାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ରେଡ ଜୋନରେ ଥିବାରୁ ସେମାନଙ୍କୁ ଗଜପତିକୁ ପ୍ରବେଶ କରାଯାଉନି ଯାହା ଫଳରେ ଲୋକେ ପରିବା ଓ ରୁଟି ସମସ୍ୟାରେ ପଡୁଥିବା ଦେଖିବାକୁ ମିଳୁଛି । ବ୍ରହ୍ମପୁରରୁ ବିସ୍କେଟ ଆଣିବା ନାମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମାଦକ ଦ୍ରବ୍ୟ ମୋହନା ଆସୁଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଏଣୁ ନାକା ପଏଂଟରେ ଅତ୍ୟାବଶକୀୟ ସାମଗ୍ରୀ ପରିବହନ କରୁଥିବା ଗାଡିଗୁଡିକୁ ତନ୍ନତନ୍ନ କରି ଯାଂଚ କରିବା ପାଇଁ ସାଧାରଣରେ ଦାବି ହୋଇଛି ।