କମିଟି ମାଧ୍ୟମରେ ଉନ୍ନୟନୂମଳକ କାର୍ଯ୍ୟ, ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରାଯିବ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବିଜୁ ଜନତା ଦଳ ପକ୍ଷରୁ ଟିଲୋ ଓ ପଧାନପଡା ପଞ୍ଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକସ୍ଥିତ ଭଣ୍ଡାରିପୋଖରୀ ବିଧାୟକଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ରାଜ୍ୟ ବିଜେଡି ସମ୍ପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲଙ୍କ ଉପସ୍ଥିତିରେ ଉନ୍ନୟନ ମୂଳକ ଓ ସାଙ୍ଗଠନିକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ଟିଲୋ ପଞ୍ଚାୟତରେ ୭ ଜଣିଆ ଓ ପଧାନପଡା ପଞ୍ଚାୟତରେ ୧୨ ଜଣିଆ କମିଟି ଗଠନ କରାଯାଇ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଓ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ଏଥିରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଟିଲୋ ସମିତି ସଭ୍ୟା ସୁଜାତା ଦାସ, ବ୍ଲକ ମହିଳା ବିଜେଡି ସଭାପତି ନିହାରିକା ରାଉତ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ କୁମାର ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା ଉପସ୍ଥିତ ଥିଲେ । ସେହିପରି ପଧାନପଡା ପଞ୍ଚାୟତ ଆଲୋଚନା ବେଳେ ଉପରୋକ୍ତ ନେତୃତ୍ୱଙ୍କ ସମେତ ସରପଞ୍ଚ ଗଜେନ୍ଦ୍ର ସେଠୀ, ବ୍ଲକ ଯୁବ ବିଜେଡି ଉପସଭାପତି ସମୀମ୍ ନୱାଜ୍, ସମବାୟ ସମିତି ସଭାପତି ସେକ୍ କଦମ୍, ମହିଳା ନେତ୍ରୀ ଖାତିଜୁଲ୍ ନେସା ଉପସ୍ଥିତ ଥିଲେ ।