କମ୍ପାନୀଙ୍କ ପାଇଁ ଆର୍ବିଆଇର ନୂଆ ଲୋନ୍ ଲିମିଟ୍
ମୁମ୍ବାଇ, (ଏଜେନ୍ସି): ବିଜ୍ନେସ୍ ଗ୍ରୁପ୍ର କମ୍ପାନୀଗୁଡ଼ିକୁ ଏପ୍ରିଲ୍ ୧ଠାରୁ ବ୍ୟାଙ୍କ୍ ଲୋନ୍ର ଧାର୍ଯ୍ୟ ସୀମା ସହିତ ତାଳମେଳ ରକ୍ଷା କରିବାକୁ ହେବ । ରିଜର୍ଭ ବ୍ୟାଙ୍କ୍ ଦ୍ୱାରା ଜାରି ନୂଆ ନିୟମ କାରଣରୁ ରିଲାଏନ୍ସ, ଟାଟା, ବଜାଜ୍ ଓ ଆଦିତ୍ୟ ବିର୍ଲା ଗ୍ରୁପ୍ର କମ୍ପାନୀଗୁଡ଼ିକୁ ଫଣ୍ଡ ସଂଗ୍ରହ କରିବା ପାଇଁ ବ୍ୟାଙ୍କ୍ ବ୍ୟତୀତ ଅନ୍ୟ ବାଟର ସନ୍ଧାନ କରିବାକୁ ହେବ । ଆର୍ବିଆଇ ପକ୍ଷରୁ ଜାରି ନୂଆ ନିୟମ ଅନୁସାରେ ଯେଉଁ କମ୍ପାନୀଗୁଡ଼ିକ ଉପରେ ୧୦ହଜାର କୋଟିରୁ ଅଧିକର ଋଣ ରହିଛି, ସେମାନଙ୍କୁ ଏହା ଠାରୁ ଅଧିକ ୫୦% ରାଶିର ବ୍ୟବସ୍ଥା ବଣ୍ଡ୍ ତଥା ଶେୟାର ବଜାରରୁ କରିବାକୁ କୁହାଯାଇଛି । ରିଜର୍ଭ ବ୍ୟାଙ୍କ୍ ବ୍ୟାଙ୍କିଂ ସିଷ୍ଟମର ସମସ୍ୟା ଦୂରିକରଣ ପାଇଁ ଏହି ନିୟମ ତିଆରି କରିଛନ୍ତି । ଏହା ଅନୁସାରେ ଗୋଟିଏ ଗ୍ରୁପ୍ର କମ୍ପାନୀଗୁଡ଼ିକୁ ଅଧିକ ଋଣ ଦିଆଯିବା ଦ୍ୱାରା ବ୍ୟାଙ୍କ୍ର ସମସ୍ୟା ଅନେକାଂଶରେ ବଢୁଛି । ରିଜର୍ଭ ବ୍ୟାଙ୍କ୍ ଏହି ରିସ୍କକୁ ହ୍ରାସ୍ କରିବା ଆର୍ଥିକ ବର୍ଷ ୨୦୧୭-୧୮ରେ ଆରମ୍ଭ କରିଥିଲେ । ସେହି ସମୟରେ ଏହା ଏକ ଆଣ୍ଟିଟ୍ ପାଇଁ ୨୫ହଜାର କୋଟିର ଲିମିଟ୍ ଧାର୍ଯ୍ୟ କରିଥିଲେ । ଆର୍ଥିକ ବର୍ଷ ୨୦୧୮-୧୯ରେ ଏହାକୁ ହ୍ରାସ୍ କରି ୧୫ହଜାର କୋଟି ଟଙ୍କା କରାଯାଇଥିଲା । ନୂଆ ଆର୍ଥିକ ବର୍ଷ ଠାରୁ ଏହାକୁ ୧୦ହଜାର କୋଟି କରାଯାଇଛି । ତେବେ ଏହି ନିୟମର ପ୍ରଭାବ ବିଶେଷ ଭାବେ ୬୦ଟି ବଡ଼ କମ୍ପାନୀଗୁଡ଼ିକ ଉପରେ ପଡ଼ିବାର ସମ୍ଭାବନା ରହିଛି । ହେଲେ ଏହି ସମସ୍ତ କମ୍ପାନୀଗୁଡ଼ିକ ବଜାରରୁ ଫଣ୍ଡ ସଂଗ୍ରହ କରିବାରେ ସକ୍ଷମ । ଏପରି କମ୍ପାନୀଗୁଡ଼ିକର ସଂଖ୍ୟା ୬୦ ରହିଛି । ଏମାନଙ୍କୁ ଇନ୍ଭେଷ୍ଟମେଣ୍ଟ ଗ୍ରେଡ଼୍ରୁ ଉପରର ରେଟିଂ ମିଳିଛି । ଏଥିପାଇଁ ମାର୍କେଟ୍ରୁ ଫଣ୍ଡ ସଂଗ୍ରହ କରିବାରେ ସେମାନଙ୍କୁ କୌଣସି ସମସ୍ୟାର ସମ୍ମୁଖିନ ହୋବାକୁ ପଡ଼ିବ ନାହିଁ । ପ୍ରକାଶ ଯେ ସିଙ୍ଗଲ୍ ଏଣ୍ଟିଟ୍ ପାଇଁ ଅଧିକତମ ଋଣର ସୀମାରେ ଗତ ଦୁଇ ଆର୍ଥିକ ବର୍ଷରେ ହ୍ରାସ୍ କରାଯାଉଥିଲା । ଏଥିପାଇଁ ଆର୍ବିଆଇ ନିୟମର ସୋମାନଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବନି ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଯେ ଯଦି କୌଣସି ବ୍ୟାଙ୍କ୍ କମ୍ପାନୀକୁ ଋଣ ଦେବା ସହିତ, ସେମାନଙ୍କ ବଣ୍ଡ ଯଦି କିଣୁଛନ୍ତି ତେବେ ସମ୍ପୂର୍ଣ୍ଣ ଲିମିଟ୍ରେ ତାହାକୁ ମଧ୍ୟ ସଂଯୋଗ କରାଯିବ । ଯଦି ବଣ୍ଡ ସହିତ ଋଣର ମୂଲ୍ୟ ରିଜର୍ଭ ବ୍ୟାଙ୍କ୍ର ଧାର୍ଯ୍ୟ ସୀମା ଠାରୁ ଅଧିକ ହୋଇଥାଏ, ତେବେ ବ୍ୟାଙ୍କ୍କୁ ତାହାକୁ ୨୦୨୧ସୁଦ୍ଧା ଧାର୍ଯ୍ୟ ଲିମିଟ୍ରେ ସଂଶ୍ଳିଷ୍ଟ କରିବାକୁ ହେବ । ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ ଏହାକୁ ପାଇଲଟ୍ ପୋଜେକ୍ଟ ଭାବେ ଲାଗୁ କରାଯିବ । ଯଦ୍ୱାରା ବ୍ୟାଙ୍କିଂ ସେକ୍ଟରରେ ଏହାଦ୍ୱାରା ଉତ୍ଥଲପୁଥଲ୍ ସୃଷ୍ଟି ହେବନି । ଏକ୍ସିସ୍ ବ୍ୟାଙ୍କ୍ର ମୁଖ୍ୟ ଫାଇନାନ୍ସିଆଲ ଜୟରାମ ଶ୍ରୀଧରନ୍ କହିଛନ୍ତି ଯେ ଅନେକଗୁଡ଼ିଏ କମ୍ପାନୀ ବହୁଦିନ ହେବ ମାର୍କେଟ୍ରୁ ଫଣ୍ଡ ସଂଗ୍ରହ କରୁଛନ୍ତି । ଏଥିରେ ଷ୍ଟିଲ୍, ଇନ୍ଫ୍ରାଷ୍ଟ୍ରକଚ୍ର ଓ ଟେଲିକମ୍ ସେକ୍ଟରର ସରକାରୀ ଓ ଘରୋଇ କ୍ଷେତ୍ରର କମ୍ପାନୀଗୁଡ଼ିକ ସାମିଲ ରହିଛନ୍ତି । ସେମାନଙ୍କର ଫଣ୍ଡ ସଂଗ୍ରହ କରିବା ପ୍ରକ୍ରିୟା ହିଁ ବଦଳିସାରିଛି । ତେବେ ସେମାନେ ଏହାକୁ ଜାରି ରଖିବେ । ବ୍ୟା୍ଙ୍କ ମଧ୍ୟ ଏହି କମ୍ପାନୀଗୁଡ଼ିକ ଠାରୁ ସଂଶ୍ଳିଷ୍ଟ ଏକ୍ସପୋଜର୍କୁ ପରିବର୍ତ୍ତନ କରିବେ


