କମ୍ପୁଟର ରେ ସୂଚନା ଫଳକ କରି ଲକ୍ଷଧିକ ଟଙ୍କା ଆତ୍ମସାତ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଞ୍ଚଳ ରେ ଦିନକୁ ଦିନ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଦୁର୍ନୀତି ବଢ଼ିବାରେ ଲାଗଛି । ଗାଁ ଟାଉଟର ଠାରୁ ଆରମ୍ଭ କରି ଗାଁସାଥି , ଗ୍ରାମରୋଜଗାର ସେବକ,ଏପିଓ ,ଯନ୍ତ୍ରୀ ଠୁ ଆରମ୍ଭ କରି ତଳସ୍ତରରୁ ଉକ୍ତ ଦୁର୍ନୀତି ରେ ସାମିଲ ଥିବାଯୋଗୁଁ ଦୁର୍ନୀତି ଥମିବାର ନାଁ ନେଉନି । ଏହିଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ଗ୍ରାମ ପଞ୍ଚାୟତ ଠାରେ lମିଳିଥିବା ସୂଚନାରୁ ପ୍ରକାଶ ଯେ ଆର୍ଥିକ ବର୍ଷ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ହୋଇ ଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ମାନଙ୍କର ସୂଚନା ଫଳକ ବାବଦକୁ ଥିବା ପାଞ୍ଚ ହଜାର ଟଙ୍କା ବିଶିଷ୍ଟ ୧୩ଗୋଟି ଏବଂ ତିନିହଜାର ବିଶିଷ୍ଟ ୧୮ଗୋଟି ସୂଚନା ଫଳକ ନିର୍ମାଣ ନକରି କମ୍ପୁଟର ସାହାଯ୍ୟରେ ଫୋଟୋ ତିଆରି କରି ଜୈନେକ ଜୟପାଟଣା ଲୋକଙ୍କ ଭେଣ୍ଡର୍ ଆକାଉଣ୍ଟ ନମ୍ବର 21BFPP6001D1ZN ଠାରେ ଏକ ଲକ୍ଷ ଅଣାଅସି ହଜାର ଟଙ୍କା ପକାଇ ଗ୍ରାମରୋଜଗାର ସେବକ ଚୂଡ଼ାମଣି ରାଉତ ଆତ୍ମସାତ କରିଥିବା ନେଇ ଜୟପୁର ଭିଜିଲାନ୍ସ ଏସ୍ପି କୋରପୁଟ୍ ଖଣ୍ଡ କାର୍ଯ୍ୟାଳୟ ରେ ଗତ ୧୦/୦୫ /୨୦୨୩ରିଖ ରେ ଜୈନେକ ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି ।ଏହି ଦୁର୍ନୀତି ରେ ଏପିଓ ସତୀଶ ରଞ୍ଜନ୍ ବେହେରା ସାମିଲ ଥିବା ବେଳେ ସବୁ ଜାଣିଶୁଣି ନିର୍ବାହି ଯନ୍ତ୍ରୀ ସଂଜୀବ୍ କୁମାର୍ ଜେନା ଆଖିବୁଜି ପ୍ରକଳ୍ପ ମାନଙ୍କର ତଦାରଖ ନକରି ବିଲ କରି କରିଥିବା ମଧ୍ୟ ଅଭି ଯୋଗ ହୋଇଛି । ସୂଚନା ଅଧିକାର କର୍ମୀ ମତବ୍ୟକ୍ତ କରିଛନ୍ତି ଯେ ଯଦି ପ୍ରଶାସନ ପକ୍ଷରୁ ସବୁ ପଞ୍ଚାୟତ ଗୁଡିକୁ ତଦନ୍ତ କରାଗଲେ କଳାହାଣ୍ଡି ଜିଲ୍ଲାର ଅନେକ ପଞ୍ଚାୟତରେ ଏହିଭଳି ଦୁର୍ନୀତି ପଦାକୁ ଆସିପାରିବ ।


