କମ୍ପ୍ୟୁଟର ଏକାଡେମୀର ସପ୍ତମ ବାର୍ଷିକ ଉତ୍ସବ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଠାରେ ଥିବା ଉତ୍କଳ କମ୍ପୁଟରର ସପ୍ତମ ବାର୍ଷିକ ଉତ୍ସବ ଶିକ୍ଷାବିତ ପୁରୁଷୋତ୍ତମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ସୁଧାକର ନନ୍ଦ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଲକ୍ଷ୍ମୀଧର ନାୟକ, କବି ଓ ସାହିତ୍ୟିକ ନଟବର ରାଉଳ, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଶଶିକାନ୍ତ ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ମୁଖ୍ୟଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ପ୍ରତିଷ୍ଠାତା ତ୍ରିଲୋଚନ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ ଅତିଥି ପରିଚୟ ଓ ରତିକାନ୍ତ ନାୟକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରଶାନ୍ତ ସେଠୀଙ୍କ ସମେତ ଏକାଡେମୀ ସଦସ୍ୟ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ