କମ୍ପ୍ୟୁଟର ଶିକ୍ଷାକୁ ଲୋକପ୍ରିୟ କରିବା, ପାଇଁ ସଚେତନତା ରଥ ଆରମ୍ଭ
କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ସ୍ଥିତ ଓଡ଼ିଶା ଓପନ ୟୁନିଭରସିଟି ପକ୍ଷରୁ କମ୍ପ୍ୟୁଟର ଶିକ୍ଷା କୁ ଲୋକ ପ୍ରିୟ କରିବା ପାଇଁ ଏକ ସଚେତନତା ରଥ ସମଗ୍ର ଓଡ଼ିଶା ଭ୍ରମଣ କରିବା ସହ ସଚେତନତାର ବାର୍ତ୍ତା ଦେଇ ଆସୁଛି ।ଏହି କ୍ରମରେ ଆଜି ସକାଳ ଦଶଟା ସମୟରେ କୁଚିଣ୍ଡା ସ୍ଥିତ ପୁରୁଣା ବସ ଷ୍ଟାଣ୍ଡ ଠାରୁ ଏହି ରଥକୁ ସବୁଜ ପତାକା ଦେଖାଇ ଓ ନଡ଼ିଆ ଭାଙ୍ଗି ଶିକ୍ଷାବିତ୍ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ଉଦଘାଟନ କରିଥିଲେ ।ଏହି ଅବସରରେ ଏ ସି ଇ
କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ନିର୍ଦେଶକ ରାଜେଶ ଶର୍ମା ଙ୍କ ସଂଯୋଜନାରେ ଆୟୋଜିତ ସଂକ୍ଷିପ୍ତ ସଚେତନତା ସଭାରେ ମୁଖ୍ୟ ଅତିଥି କମ୍ପ୍ୟୁଟର ସାକ୍ଷରତା ନିତାନ୍ତ ଜରୁରୀ ଥିବା ବେଳେ ଏହାକୁ ନେଇ ଠକାମୀ ପ୍ରତି ସଜାଗ ରହିବାକୁ ସମସ୍ତେ କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତା ରହିଛି ବୋଲି କହିଥିଲେ ।ଏ ସି ଇ ର ନିର୍ଦେଶକ ଶ୍ରୀ ଶର୍ମା ଓପନ ୟୁନିଭର୍ସିଟି ଓ ଏ ସି ଇ ର ଶିକ୍ଷା ପ୍ରଣାଳୀ ସମ୍ପର୍କରେ ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର,ଛାତ୍ରୀ ଅଂଶ ଗ୍ରହଣ କରି ରଥକୁ ହାତ ହଲାଇ ବିଦାୟ ଜଣାଇଥିଲେ ।ଏହି ଅବସରରେ କେନ୍ଦ୍ର ର କର୍ମକର୍ତ୍ତା ଗଣ ମୁଖ୍ୟ ଅତିଥି ଶ୍ରୀ ନାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ରଥ ସାତକମା ,ପୁରୁଣା ପାଣି, ହାଡ଼ିପାଳି, ପତ୍ରାପାଲି,ପରୁଆଭାଡ଼ି, ଅର୍ଡା ବାହାଲ ,ଗୋଛରା, କୁନ୍ତରା , କୁସୁମୀ , ଲଇଡା ଗୁନା ଦେଇ କୁଚିଣ୍ଡା ଏନ. ଏ. ସି. ଅଞ୍ଚଳ ପରିକ୍ରମା କରିଥିଲା । ଏହି ଉଦଘାଟନୀ ଉତ୍ସବରେ ସର୍ବ ଶ୍ରୀ ଧରଣୀ ସହସିଆ,ତାପସ ନାଏକ, ସୁଶ୍ରୀ ଝୁନି ବେହେରା, ଭାରତୀ କୁସୁମ, ପୂଜା ପରୁଆ ,ଜଗନ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।ପ୍ରକାଶ ଥାଉକି ଗତକାଲି ଜମନକିରା ବ୍ଲକ ରେ ସଚେତନତା ରଥ ବୁଲି ଥିବା ବେଳେ ଆସନ୍ତା କାଲି ବାମରା ବ୍ଲକ ରେ ଏହି ରଥ ପରିକ୍ରମା କରିବ ବୋଲି ଜଣା ଯାଇଛି ।