କମ୍ୟୁନିଷ୍ଟ ନେତା ଦୂୃତିକୃଷ୍ଣ ପଣ୍ଡାଙ୍କ ବିୟୋଗରେ ମାୟାଧରଙ୍କ ଶ୍ରଦ୍ଧାଞ୍ଜଳି

ବ୍ୟାସନଗର, (ଯୁଗାବ୍ଦ ନ୍ୟୁଜ) ବିଶିଷ୍ଟ ସାମ୍ୟବାଦୀ ନେତା, ଚାଷୀ, ଶ୍ରମିକ ଆନ୍ଦୋଳନର କର୍ଣ୍ଣଧାର, ପୂର୍ବତନ ବିଧାୟକ ଓ ସାଂସଦ ୯୭ବର୍ଷିୟ କମ୍ରେଡ୍ ଦ୍ରୃତିକୃଷ୍ଣ ପଣ୍ଡା ଆଉ ନାହଁନ୍ତି ସତ – କିନ୍ତୁ ତାଙ୍କର ଜୀବନବ୍ୟାପୀ ସଂଗ୍ରାମ ତାଙ୍କୁ ଅମର କରି ଇତିହାସରେ ଲିପିବଦ୍ଧ ହୋଇରହିବବୋଲି ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକ ମନ୍ତବ୍ୟଦେବା ସଂଗେସଂଗେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଶ୍ରୀ ନାୟକ କହିଛନ୍ତି – ଦ୍ରୃତିକୃଷ୍ଣ ବାବୁଙ୍କ ସହ ମୋର ପରିଚୟ ଦୀର୍ଘ ୪ ଦଶନ୍ଧୀର । ବିଭିନ୍ନ କୃଷକ ଓ ଶ୍ରମିକ ଆନ୍ଦୋଳନ ଏବଂ ମିଳିତ ଆନ୍ଦୋଳନରେ ତାଙ୍କ ସହ ଯୋଗଦେଇଛି । ସେ ମଧ୍ୟ ମତେ ବିଭିନ୍ନ ଶ୍ରମିକ ଆନ୍ଦୋଳନରେ ବକ୍ତୃତାଦେବାକୁ ଡାକିଛନ୍ତି । ସେ କମ୍ୟୁନିଷ୍ଟ ହେଲେବି ମାନବିକତା ତାଙ୍କୁ ମହାନ୍ କରିଛି । ଓଡିଶାରେ ପରାଧିନ ଭାରତର ଯେଉଁ କେତେଜଣ କମ୍ୟୁନିଷ୍ଟ ବିପ୍ଲବି ଥିଲେ ତାଙ୍କ ଭିତରୁ ଆଜୀବନ କମ୍ୟୁନିଷ୍ଟ ଦ୍ରୃତିକୃଷ୍ଣ ପଣ୍ଡା ଚାଲିଗଲେ । ତାଙ୍କ ଜୀବନାଦର୍ଶରୁ ଶ୍ରମିକଶ୍ରେଣୀ ଅନେକ କିଛି ଶିଖିବାର ଅଛି । ଦ୍ରୃତିକୃଷ୍ଣ ବାବୁଙ୍କ ଆଦର୍ଶ ଓଡିଶାର ମେହନତି ଜନଗଣଙ୍କୁ ଆଗାମୀ ବହୁବର୍ଷ ପର୍ଯ୍ୟନ୍ତ ଉଦ୍ବୋଧ କରିଚାଲିଥିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ