କରଞ୍ଜିଆ ଅଞ୍ଚଳରେ ବେଧଡକ ଗୋ ଚାଲାଣ

କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ଅଞ୍ଚଳରେ ଚାଲିଛି ବେ ଧଡକ୍ ଗୋ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ ଆନନ୍ଦପୁର ଆଡୁ ଠାକୁରମୁଣ୍ଡା, କରଞ୍ଜିଆ ଓ ଯଶିପୁର ଦେଇ ଟାଟା ନଗରକୁ ଗୋ ଚାଲାଣ ହେଉଛି ୧୬ ଚକିଆ ଟ୍ରକରେ। ସ୍ଥାନୀୟ ଲୋକେ ଭୟରେ ଆତଙ୍କିତ ହୋଇଯାଉଛନ୍ତି। ଏ ଅଞ୍ଚଳରେ ପ୍ରତ୍ୟେକ ଦିନ ଗୋରୁ ଗାଇ ଚୋରି ହେଉଥିବା ମଧ୍ୟ ଖବର ମିଳିଛି। ପ୍ରତ୍ୟେକ ଦିନ ଗୋ ମାଫିଆ ମାନେ ଅତି ନିର୍ଦ୍ଦୟ ଭାବେ ଶହ ଶହ ଗୋ ଚାଲାଣ କରୁଥିବାରୁ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ରାସ୍ତାରେ ଅନେକଗୁଡ଼ିଏ ଥାନା ଅତିକ୍ରମ କରି ଗୋ ମାଫିଆ ମାନେ ଗୋ ଚାଲାଣରେ ସଫଳ ହେଉନଥିବାରୁ ସାଧାରଣରେ ଚର୍ଚ୍ଚା ହେଉଛି। ଚୋରା ଗୋ ଚାଲାଣକୁ ରୋକିବା ସହିତ ଗୋ ସୁରକ୍ଷା ପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ