କରଞ୍ଜିଆ ସାମ୍ବାଦିକ ମାନଙ୍କ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ବରିଷ୍ଠ ସାମ୍ବାଦିକ ତଥା ବଡଖଵର ଟିଭି ଚ୍ୟାନେଲ ମାଲିକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ରାଜ୍ୟ ସରକାରଙ୍କ (ଇଓଡବ୍ଲୁ) ଆକ୍ରୋଶ ମୂଳକ କାର୍ଯ୍ୟର ପ୍ରତିବାଦରେ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଉପଖଣ୍ଡ ର ସମସ୍ତ ସାମ୍ବାଦିକଙ୍କ ଉପସ୍ଥିତିରେ କରଞ୍ଜିଆ ସାମ୍ବାଦିକ ସଂଘ ସଭାପତି ଧରଣୀଧର ପ୍ରଧାନଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଅଗଣାତାନ୍ତ୍ରିକ କାର୍ଯ୍ୟ ଗଣମାଧ୍ୟମର କଣ୍ଠରୋଧ ଏବଂ ଯେଉଁ ମାନେ ସତ୍ୟର ଅନୁସନ୍ଧାନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦୃଢ଼ ନିନ୍ଦା କରିବା ସହ ସରକାରୀ କଳର ଅପବ୍ୟବହାର କରି ଦୁର୍ନୀତିରେ ଲିପ୍ତ ଥିବା ଲୋକମାନଙ୍କୁ ଘଣ୍ଟ ଘୋଡାଇବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ରାଜ୍ୟପାଳ ପ୍ରାଧ୍ୟାପକ ଗଣେଶୀ ଲାଲ ହସ୍ତକ୍ଷେପ କରି ଏହି ସମସ୍ୟାର ସମାଧାନ ପାଇଁ ନିବେଦନ କରାଯାଇଛି । ସରକାର ଏହି କାର୍ଯ୍ୟକ୍ରମରୁ କ୍ଷାନ୍ତ ରୁହନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ଏବଂ ଏହା ରାଜ୍ୟ ସାରା ବ୍ୟାପିଯିବ ବୋଲି ଉପସ୍ଥିତ ସାମ୍ବାଦିକ ମାନେ ଦାବିପତ୍ର ରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରେସ କ୍ଲବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା, ସାମ୍ବାଦିକ ଉମାଶଙ୍କର ଦାସ, ଅରୁଣ ବେହେରା, ଦୀପକ ମହାନ୍ତ, ଦିଲ୍ଲୀପ ମହାନ୍ତ, ବୁବୁନ ଦାସ, ତନ୍ମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


