କରନା କୁ ଫୁ
ବ୍ରହ୍ମପୁର,(ଅନିଲ କୁମାର):ଅଗଷ୍ଟ ମାସ ପ୍ରଥମ ରୁ କେନ୍ଦ୍ର ଓ ରାଜ୍ୟ ସରକାର ଅନଲକ- ୩ ପାଇଁ କେତକ ସର୍ତ ରେ ଦୋକାନ ବଜ଼ାର ଖୋଲିବା ପାଇଁ ଅନୁମତି ଦେଇ ଥିଲେ. କିନ୍ତୁ ଗଂଜାମ ରେ କରନା ହୁ ହୁ ହୋଇ ବଢ଼ୁ ଥିବା ରୁ ଗଂଜାମ ପ୍ରଶାସନ ରାଜ୍ୟ ସରକାର ଙ୍କ ନିୟମ ଅନୁସାରେ ଜିଲ୍ଲା ରେ ଅଗଷ୍ଟ ମାସ ର ପ୍ରତକ ଶନିବାର ଓ ରବିବାର ସଂପୂର୍ଣ ବନ୍ଦ ଘୋଷଣା କରି ଥିଲେ. କିନ୍ତୁ ଆଜି ର ଚିତ୍ର କିଛି ଭିନ୍ନ. ବ୍ରହ୍ମପୁର ବଡ ବଜ଼ାର ସ୍ଥିତ ଆମିଷ ମାର୍କେଟ ଖୋଲା ଥିବା ବେଳେ ଗ୍ରାହକ ସାମାଜିକ ଦୂରତା ଭୁଲି ଆମିଷ କିଣିବା ପାଇଁ ବଜ଼ାର ରେ ଗହଳି ପକାଇ ଥିଲେ. ଅନେକେ ଲୋକ ମାସ୍କ ଠିକ ଭାବେ ପିନ୍ଧି ନଥୁବା ବେଳେ ଆମିଷ ଦୋକାନ ରେ ବି ଜିଲ୍ଲାପାଳ ଜାରି କରି ଥିବା ୫ ସୂତ୍ରୀ ନିଅମ ର ପାଳନ ହଉନି. ଯାହାରୀ ଫଳରେ କରନା ସଂକ୍ରମଣ ବଢିବା ଆଶଙ୍କା ରହିଛି. ତେଵେ ସାରା ଗଞ୍ଜାମ ଜିଲ୍ଲା ସଂପୂର୍ଣ ବନ୍ଦ ଥିବା ବେଳେ ଏତେ ଲୋକ ଏଇ ମାର୍କେଟ କୁ ଆସିଲେ କେମିତି? ଦିନ ୧୦ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଆସୁ ଥିବାରୁ ଏହା ର ଫାଇଦା ନେଇ ଦୋକାନୀ ମାନେ ବେପାର କରୁ ଛନ୍ତି.