କରୋନା ସଂକ୍ରମିତଙ୍କୁ ଡାକ୍ତରଖାନା ନେବାକୁ ଯାଇ ପ୍ରଶାସନ ହଟ୍ଟହଟା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ସଂକ୍ରମିତଙ୍କୁ ଆଣିବାକୁ ଯାଇ ଫୁଲବାଣୀରେ ପ୍ରଶାସନ ଓ ପୁଲିସକୁ ହଟ୍ଟହଟା ହେବାକୁ ପଡ଼ିଛି। ଫୁଲବାଣୀ ସହରର ମୋଚି ସାହିରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କୁ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଓ ଏକ ପୁଲିସ ଟିମ ଆମ୍ବୁଲାନ୍ସ ନେଇ ଯାଇଥିଲେ। ତେବେ ସାହିବାସୀ ଚିହ୍ନଟ ୨ ଆକ୍ରାନ୍ତଙ୍କୁ ନେବାକୁ ଦେଇନଥିଲେ। ଗତ ୪ ଦିନତଳେ ଉକ୍ତ ଦୁଇଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ପୁଣି କେମିତି ପଜିଟିଭ ଆସିଲା ଗ୍ରାମବାସୀ ଅଭିଯୋଗ କରିଥିଲେ। ପୁଲିସର ଅଧିକାରୀ ପହଞ୍ଚି ସାହିବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା। ଅପରାହ୍ଣରେ ତହସିଲଦାର ଦିନମଣୀ ନାୟକ, ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଥାନାଧିକାରୀ ସୁଶାନ୍ତ ସେଠୀ, ପୌରପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା ଓ ଅନ୍ୟ ପୁଲିସ୍ କର୍ମଚାରୀମାନେ ଆସି ସାହିବାସୀଙ୍କୁ ବୁଝାଇବା ପରେ ଆକ୍ରାନ୍ତ ଦୁଇଜଣଙ୍କୁ ଡାକ୍ତରଖାନା ନେବାକୁ ରାଜି ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ