କରପଡା ଗ୍ରାମରେ ଭାଗବତ ସପ୍ତାହର ସମାପନ ଉତ୍ସବ

ଗଞ୍ଜାମ, (ବିନୋଦ ପଲାଇ):ଆଜି ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମରେ ଭବ୍ୟତାର ସହିତ ଭାଗବତ ସପ୍ତାହ ସମାହିତ ହୋଇଛି l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ର ମୁଖ୍ୟ ପ୍ରବକ୍ତା ଭାବେ ଶ୍ରୀକୃଷ୍ଣ ଚୈତନ୍ୟ ମିଶନର ଆଚାର୍ଯ୍ୟ ତଥା ଗୁରୁ ତ୍ରିଦଣ୍ଡି ସ୍ୱାମୀ ଶ୍ରୀମଦ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ଟି କରପଡା ଗ୍ରାମର ପ୍ରଭୁ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ଏହା ଗତ ୨୨.୦୧.୨୦୨୫( ବୁଧବାର ) ରୁ ଆରମ୍ଭ ହୋଇ ଏକ ସପ୍ତାହ ଅର୍ଥାତ ୨୮.୦୧.୨୦୨୫(ମଙ୍ଗଳ ବାର ) ରାତ୍ର ୧୦.୦୦ ଟା ପର୍ଯ୍ୟନ୍ତ ଚାଲିଥିଲା l ପ୍ରତ୍ୟେକ ଦିନ ସନ୍ଧ୍ୟା ୬.୩୦ ରୁ ରାତ୍ର ୮.୩୦ ପର୍ଯ୍ୟନ୍ତ ପ୍ରବଚନ ଅନୁଷ୍ଠିତ ହେଉଥିଲା ତା ସହିତ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା l ଅନ୍ତିମ ଦିନରେ କରପଡା ସରପଞ୍ଚ ଶ୍ରୀ ଅଜୟ ନାୟକ, ରାମଚଣ୍ଡୀ ପୂଜା କମିଟି ର ସଂଯୋଜକ କମଳ ପଣ୍ଡା,ଦିବାକର ନାୟକ,କେ ସାଇ କ୍ରିଷ୍ଣା, ମନୋଜ ମିଶ୍ର, ତୁଷାର ଶତପଥୀ,ନାରାୟଣ ଚର୍ତ୍ତୀ, କୁଞ୍ଜ ନାୟକ, ସୁଧୀର ମହାରଣା, ଶଙ୍କର ନାୟକ, ଶିବରାମ ନାୟକ, ବରୁଣ ଚୌଧୁରୀ, ବଂଶୀଧର ନାୟକ, ବୃନ୍ଦାବନ ନାୟକ ଓ ଅନ୍ୟ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଭାଗବତ ଶୁଣିବା ସହିତ ଗୁରୁ ଶ୍ରୀମଦ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜ ଙ୍କ ଆଶ୍ରିର୍ବାଦ ଲାଭ କରିଥିଲେ l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଦାୟିତ୍ୱ ରେ ନରହରି ନାୟକ,ହିନ ନାୟକ, ଊତ୍ତମ ନାୟକ,ରାମ ନାୟକ,ଶିବ ମନ୍ଦିର କମିଟି, ହନୁମାନ ମନ୍ଦିର କମିଟି ସଦସ୍ୟ ମାନେ ରହିଥିଲେ l ଏବଂ କରପଡାର ଗ୍ରାମ ବାସି, ବୁଦ୍ଧିଜୀବୀ, ଛାତ୍ର, ସ୍ବେଛାସେବୀ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଟି ଏକ ସପ୍ତାହ ଧରି ସୁଚାୁରୂରୁପେ ପରିଚାଳନା ହୋଇ ଆଜି ଭବ୍ୟତାର ସହିତ ସମାପନ କରଯାଇଥିଲା l ଅନ୍ତିମ ଦିନରେ କରପଡା ପଞ୍ଚାୟତ ର ପାଖାପାଖି 3000 ରୁ ଉର୍ଦ୍ଧ ଭଗବତ ପ୍ରେମୀ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ l

 

 

 

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ