ଆଦିବାସୀ ନୃତ୍ୟ ରେ କମ୍ପିଲା କୁଳିପୋଷି ମା କିଚକେଶ୍ୱରୀ ଷ୍ଟାଡିୟମ

କରଞ୍ଜିଆ,(ଜିତେନ୍ଦ୍ରରାଜ):ମୟୁରଭଞ୍ଜ ଜିଲ୍ଲର ଗଣପର୍ବ ମକର ପାଳନ ସହିତ ଉତ୍ସବ ମୁଖର ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ମାନ ଅନୁଷ୍ଠିତ ହେଉଅଛି ଏହି କ୍ରମରେ କରଞ୍ଜିଆ ବ୍ଲକ କୁଳିପୋଷି ଠାରେ କୁଳିପୋଷି ମା କିଚକେଶ୍ୱରୀ ଆଥଲେଟିକ ଆସୋସିଏସନ ର ୬୯ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ମା କିଚେକେଶ୍ୱରୀ ଷ୍ଟାଡିଅମ ରେ ମୟୁରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ଆଦିବାସୀ ଡାଣ୍ଠା ଓ ବୁଢିଗାଳି ନୃତ୍ୟ ରେ ପ୍ରକମ୍ପିତ ହୋଇଥିଲା ଆଜି ଆସୋସିଏସନ ର ସଭାପତି ତଥା ସରପଞ୍ଚ ସୁକୁମତି ସର୍ଦାର ଙ୍କ ସଭାପତିପତିତ୍ବ ରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଧାୟକ ବିଜୟ ନାଏକ, କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାର୍ଣ୍ଡି, ପୂର୍ବତନ ବ୍ଲକ ଅଧକ୍ଷ କୃପାସିନ୍ଧୁ ମହାନ୍ତ, ଜିଲ୍ଲାପରିଷଦ ସଦସ୍ୟା ଜ୍ୟୋସ୍ନାରାଣୀ ନାଏକ,ସମିତିସଭ୍ୟା ପୁନଗୀ ସୋରେନ,ଯୁବ ନେତା ସାମାୟ ପୂର୍ତ୍ତି, ଙ୍କ ସହିତ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ହୋଇ ପୁରସ୍କାର ବିତରଣ କରିଥିଲେ ମା କିଚକେଶ୍ୱରୀ ଅଥଲେଟିକ ଆସୋସିଏସନ ର ବରିଷ୍ଠ ସଦସ୍ୟ ଦେବେନ୍ଦ୍ର ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ
ଗମ୍ହା ସିଂ,ତୁକାରାମ ମହାନ୍ତ, ଭବାନୀ ମହାନ୍ତ ଙ୍କ ସହିତ ଅନ୍ୟ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଆଜି ଷ୍ଟାଡିଅମ ପଡିଆ ରେ ହଜାର ହଜାର ଦର୍ଶକ ଙ୍କ ସାମଗମ ରେ ଡ଼ାଣ୍ଠା ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ