କରୋନାରେ ଆକ୍ରାନ୍ତ ବେବିଡଲ୍‌ ଗାୟିକା କନିକା କପୁର୍‌

ଲକ୍ଷ୍ନୌ : ବଲିଉଡ୍‌ର ଲୋକପ୍ରିୟ ଗାୟିକା କନିକା କପୁର୍‌ ଏବେ କରୋନା ପଜିଟିଭି । ମାର୍ଚ୍ଚ ୧୫ ତାରିଖରୁ ଲଣ୍ଡନରୁ ଲକ୍ଷ୍ନୌ ଆସିଥିଲେ। ସେ ବିମାନ ବନ୍ଦରରୁ ବିନା ଯାଞ୍ଚରେ ବାହାରକୁ ଆସିଥିଲେ ବୋଲି ଅଭିଯୋଗ ରହିଛି। ଅପରପକ୍ଷରେ କନିକା କପୁର୍‌ ରବିବାର ଦିନ ଲକ୍ଷ୍ନୌର ଗ୍ୟାଲେଣ୍ଟ ଆପାର୍ଟମେଣ୍ଟରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ପ୍ରାୟ ୧୦୦ ଜଣ ସାମିଲ୍‌ ରହିଥିଲେ। ଏମାନଙ୍କ ମଧ୍ୟରେ ବହୁ ବଡ ଅଫିସର ତଥା ନେତାମାନେ ମଧ୍ୟ ସାମିଲ୍‌ ଥିଲେ। ଘଟଣାଟି ଜଣାପଡିବା ପରେ ପୂରା ଆପାର୍ଟମେଣ୍ଟରେ ଏବେ ହଲଚଲ୍‌ ମଚିଯାଇଛି। କନିକା ଲକ୍ଷ୍ନୌରେ ତାଜ୍‌ ହୋଟେଲ୍‌ରେ ମଧ୍ୟ ରହିଥିଲେ। କନିକା କପୁରଙ୍କ ପରିବାର ଗ୍ୟାଲେଣ୍ଟ ଆପାର୍ଟମେଣ୍ଟରେ ରହୁଛନ୍ତି। ଏବେ ତାଙ୍କ ପରିବାରକୁ କ୍ବାରେଣ୍ଟାଇନରେ ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗ କନିକାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କଲ୍‌ କରି ସେଲ୍ଫ ଆଇସୋଲେଟରେ ରହିବା ପାଇଁ ସୂଚନା ଦେଇଛନ୍ତି। ତେବେ କେବଳ କନିକାଙ୍କ କ୍ଷେତ୍ରରେ ପିଜିଟିଭ୍‌ ରିପୋର୍ଟ ଆସିଥିବାବେଳେ ଅନ୍ୟମାନଙ୍କ ପାଖରୁ ଏପରି ଲକ୍ଷଣ କିଛି ମିଳି ନାହିଁ। କନିକା ବେବିଡଲ୍‌, ଜୁଗୁନୀ, ଚିଟ୍ଟିଆ କଲାଇଆଁ ଓ ଦେଶୀ ଲୁକ୍‌ ପରି ବହୁ ସୁପରହିଟ୍‌ ଗୀତ ଗାଇଛନ୍ତି। ତେବେ କନିକା କହିଛନ୍ତି ଯେ, ବିମାନ ବନ୍ଦରରୁ ବିନା ଯାଞ୍ଚରେ ଆସିଥିବା ନେଇ ଗୁଜବ ପ୍ରଚାର କରାଯାଇଛି । ସେ ବିମାନବନ୍ଦରରେ ଯାଞ୍ଚ କରିଥିଲେ ବୋଲି କହିଛନ୍ତି । ବଲିଉଡ୍‌ର ଷ୍ଟାରମାନେ କରୋନାରୁ ସତର୍କ ରହିବା ପାଇଁ ବାର୍ତ୍ତା ଦେଉଥିବାବେଳେ ବିଦେଶରୁ ଫେରୁଥିବା ବଲିଉଡ୍‌ ଷ୍ଟାରମାନେ ନିଜକୁ ଆଇସୋଲେସନରେ ରଖୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ