କରୋନା : ଅନ୍ତର୍ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ଘୋଷଣା କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡୋସ ଆଡନମ କହିଛନ୍ତି, ଭାଇରସ ବ୍ୟାପୁଥିବା ବେଳେ ଏହାକୁ ଅଟକାଇବା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯଥେଷ୍ଟ ନ ଥିବାରୁ ଏବେ ଏହା ଚିନ୍ତାର ବିଷୟ ହୋଇଛି । ଟେଡୋସ କହିଛନ୍ତି, ଆମେ ସମସ୍ତେ ଏକାଠି ହୋଇ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିବାକୁ ହେବ । ସୂଚନାଯୋଗ୍ୟ, ଚୀନ୍‌ରେ ଏବେ ଏହି ଭାଇରସ୍‌ ବେଶ୍‌ ଭୟଙ୍କର ରୂପ ଧାରଣ କରିଥିବାବେଳେ ଏଥିରେ ମୃତ ସଂଖ୍ୟା ୨୧୩କୁ ବୃଦ୍ଧି ହୋଇଛି । ଏହି ଭାଇସର୍‌ରେ ୧୦ ହଜାର ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ଚୀନ୍‌ ବ୍ୟତୀତ ଏହି ଭାଇରସ୍‌ ବିଶ୍ବର ୧୮ଟି ଦେଶକୁ ବ୍ୟାପିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ