କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନେଇ ସୂଚନା ଦେଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର : କରୋନାକୁ ନେଇ ମୁଖପାତ୍ର ବାଗ୍‌ଚୀଙ୍କ ସୂଚନା ଦେଇ କହିଛନ୍ତି ଯେ, ଭାରତରେ ଗତକାଲି ୧୭୪ଟି ପଜିଟିଭି ଥିବବେଳେ ଆଜି ଏହା ୨୦୬କୁ ବୃଦ୍ଧି ପାଇଛି । କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୫କୁ ବୃଦ୍ଧି ଘଟିଛି । କରେନାରେ ଦ୍ବିତୀୟ ଆକ୍ରାନ୍ତଙ୍କ ସମ୍ପର୍କରେ ମୁଖପାତ୍ର ବାଗ୍‌ଚୀଙ୍କ ସୂଚନା ଦେଇଛନ୍ତି ୧୯ ବର୍ଷର ଦ୍ବିତୀୟ ଆକ୍ରାନ୍ତ ୧୮ରେ ବ୍ରିଟେନରୁ ଫେରିଥିଲେ । ୧୯ ତାରିଖରୁ ତାଙ୍କ ହସ୍ପିଟାଲ୍‌ରେ ଆଇସୋଲେସନରେ ରଖାଯାଇଛି । ଆକ୍ରାନ୍ତଙ୍କ ପରିବାର ଲୋକ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛନ୍ତି । ଦ୍ବିତୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ମୋଟ ୪୬ ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ୪୩ ଜଣଙ୍କୁ ଚିହ୍ନଟ କରାଯାଇଛି । ବାକି ତିନିଜଣଙ୍କୁ ଖୋଜିବା ପାଇଁ ମୋଟ ୮ଟି ଟିମ୍ ଲାଗିଛନ୍ତି । ପ୍ରଥମ ଆକ୍ରାନ୍ତ ଜଣକ ଭଲ ରହିଛନ୍ତି ବୋଲି କହିଛନ୍ତି ବାଗ୍‌ଚୀ । ସେହିପରି ଓଡ଼ିଶାରେ ୬୬ଟି ସାମ୍ପଲ୍‌ରୁ ୨ଟି ପଜିଟିଭ୍‌ ବାହାରିଛି।
ଦ୍ବିତୀୟ ଆକ୍ରାନ୍ତ ଏମସର କିଛି ଷ୍ଟାଫ୍‌ଙ୍କ ସଂସ୍ପର୍ଶରେ ଆସିଥିବା ଚର୍ଚ୍ଚାକୁ ନେଇ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ଏମ୍‌ସ ଘଟଣାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଏମସ୍‌ ଆଲୋଚନା, ସମୀକ୍ଷା ସର୍ବୋଚ୍ଚ ସ୍ତରରେ କରାଯାଉଛି ବୋଲି କହିଛନ୍ତି ବାଗ୍‌ଚୀ । ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି । କରୋନା ପାଇଁ କଟକଣାକୁ ଆହୁରି ବଢାଇଛନ୍ତି ସରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ