କରୋନା : ଲକ୍ଷ୍ନୌରୁ ପ୍ରଥମ କରୋନା ଚିହ୍ନଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଏହା ସହିତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧ ହୋଇଯାଇଛି। କାନାଡାରୁ ଲକ୍ଷ୍ନୌ ନିଜ ସମ୍ପର୍କୀୟଙ୍କ ସହ ଆସିଥିବା ମହିଳାଙ୍କଠାରେ କରୋନା ପଜିଟିଭି ମିଳିଛି । ମହିଳାଙ୍କୁ କେଜିଏମୟୁ ଆଇସୋଲେସନର ବୋର୍ଡରେ ରଖାଯାଇଛି । ଏହା ମଧ୍ୟରେ କରୋନା ଭୟ ଯୋଗୁଁ ଆଇଆଇଏମର ଦୀକ୍ଷାନ୍ତ ସମାରୋହକୁ ରଦ୍ଦ କରାଯାଇଛି। ସେହିପରି ପାଟନାର ପିଏମ୍‌ସିଏଚର ଓ ଏନ୍‌ଏମସିଏଚ୍‌ରେ କରୋନା ସନ୍ଦିଗ୍ଧଙ୍କ ସୂଚନା ମିଳିଛି ।
ସେହିପରି କରୋନା ଭାଇରସ୍‌ ଯୋଗୁଁ ହାଇକୋର୍ଟଙ୍କ ରେଜିଷ୍ଟାର ସମସ୍ତ ଜିଲ୍ଲା ନ୍ୟାୟଧୀଶଙ୍କୁ ଏକ ନୋଟିସ୍‌ ପଠାଇଛନ୍ତି । ଏଥିରେ କେବଳ ଅତି ଜରୁରୀ ମାମଲାର ବିଚାର କରିବା ପାଇଁ କୁହାଯାଇଛି । ସେହିପରି କରୋନା ସଂକ୍ରମଣ ମୁକାବିଲା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଏହି କ୍ରମରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସମସ୍ତ ଭିସା ରଦ୍ଦ କରିଛି। ସେହିପରି ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଜାରି ହୋଇଥିବା ସମସ୍ତ ଭିସା ଏବଂ ଇ-ଭିସାକୁ ମଧ୍ୟ ରଦ୍ଦ କରାଯାଇଛି। ଭାରତରେ ବର୍ତ୍ତମାନ ଥିବା ବିଦେଶୀ ନାଗରିକଙ୍କ ଭିସା ଜାରି ରହିବା। ସେମାନେ ଚାହିଁଲେ ଏହାର ସମୟସୀମା ମଧ୍ୟ ବୃଦ୍ଧି କରାଯିବ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ