କରୋନାକୁ ଆୟତ୍ତ ପାଇଁ ପାରଳାରେ ଖୋଲିଲା ୧୬ଟି ଫିଭର୍ କ୍ଲିନିକ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ପାରଳା ପୌରପାଳିକା ତରଫରୁ ସହର ମଧ୍ୟରେ ୧୬ଟି ଫିଭର କ୍ଲିନିକ୍ ଖୋଲା ଯାଇ ଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ପୌରପାଳିକାର ବିଭିନ୍ନ କର୍ମଚାରୀଙ୍କ ଦାୟିତ୍ୱରେ ଥିବା କେନ୍ଦ୍ର ଗୁଡିକରେ ଜ୍ୱର କିମ୍ବା କୋଭିଡ୍ ଲକ୍ଷଣ ଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ନିୟୋଜିତ ଫାର୍ମାସିଷ୍ଟ ମାନେ ସେମାନଙ୍କୁ ଚିକିତ୍ସା କରିବେ । କୌଣସି ପରିବାରରେ ଥଣ୍ଡା କାଶ କିମ୍ବା କୋଭିଡ୍ ଲକ୍ଷଣ ଥିଲେ ତୁରନ୍ତ କଣ୍ଟ୍ରୋଲ ରୁମକୁ ଲୋକେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ