କରୋନାକୁ ନେଇ ଗଜପତି ସ୍ୱାସ୍ଥ୍ୟ ସମିତିର ସଚେତନତା
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୁନୁରାଣୀ ପଟ୍ଟନାୟକ ଓଡିଶାରେ କରୋନା ଭାଇରସ ପଜିଟିଭ୍ ଚିହ୍ନଟ ହୋଇନଥିବା ସୂଚନାଦେଇଛନ୍ତି । ଏହି ରୋଗ ମୁଖ୍ୟତଃ ଥଣ୍ଡା,କାଶ, ଜ୍ୱରା, କଫ, ନିଶ୍ୱାସ ପ୍ରଶ୍ୱାସ ହଠାତ ବନ୍ଦ ଯୋଗୁଁ ହୋଇଥାଏ ବୋଲି ଜଣାଇଛନ୍ତି । ଏହି ରୋଗର ପ୍ରତିଶେଧକ ପାଇଁ ସେମିତି କିଛି ଔଷଧ କିମ୍ବା ଟୀକା ବାହାରିନାହିଁ ଏହାର ପ୍ରତିରୋଧ ପାଇଁ ଆମେ କେବଳ ସତର୍କତା ହେବା ସହ ହାତ, ଗୋଡ, ମୁହଁ ଭଲଭାବେ ଧୋଇବା, ସବୁବେଳେ ସଫାସୁତୁରା ରହିବା, ପରିବେଶ ସଫାସୁତରା ରଖିବା, ଭିଡ ଯାଗାକୁ ଗଲାବେଳେ ମୁଁହ ହାତ ପ୍ରତି ଜାଗ୍ରତ ହେବା ଉପରେ ଧ୍ୟାନଦେବା ଆବଶ୍ୟକ ବୋଲି ଏହି ସମ୍ମିଳନୀରେ କୁହାଯାଇଥିଲା ।


