କରୋନାରେ ଜୀବିକା ହରାଇଥିବା ଶ୍ରମିକମାନଙ୍କୁ ମାସିକ ୧୦ହଜାର ଟଙ୍କା ପ୍ରଦାନ ପାଇଁ ସିପିଆଇ(ଏମ୍‌) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):କରୋନା ଯୋଗୁଁ ସବୁ ବର୍ଗର ଶ୍ରମିକ ମାନଙ୍କ ଜୀବନ ଜୀବିକା ବିପନ୍ନ ହୋଇଛି । ତେଣୁ ଗଜପତି ଜିଲ୍ଲା ସିପିଆଇ(ଏମ୍‌) ଶାଖା ପକ୍ଷରୁ ଶ୍ରମିକ ମାନଙ୍କ ହକ୍‌କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ମାଧ୍ୟମରେ ପ୍ରେରଣ କରାଯାଇଛି । ଏଥିରେ ମୁଖ୍ୟତଃ ବସ୍‌,ଟ୍ରକ୍‌,ଅଟୋ,ତଥା ଦିନ ମଜୁରିଆ,ରାଜମେସ୍ତ୍ରୀ ଓ ସବୁ ବର୍ଗର ଶ୍ରମିକ ଓ ମଜୁରିଆ ମାନଙ୍କ ପାଇଁ ସହାୟତା ଯୋଗାଇବାକୁ ଦବି କରାଯାଇଛି । ବର୍ତ୍ତମାନ କରୋନା ପରିସ୍ଥିତି ଯୋଗୁଁ ଦୀର୍ଘମାସ ଧରି ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ଭଳି ଅବସ୍ଥା ଯୋଗୁଁ ଏହି ଶ୍ରମିକ ତଥା ଦିନ ମଜୁରିଆମାନେ ବିଶେଷ ଅସୁବିଧାର ସମ୍ମୁଖିନ ହୋଇ ଚଳୁଛନ୍ତି । ତେଣୁ ଏଅମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାସିକିଆ ୧୦ହଜାର ଟଙ୍କା ସହାୟତା ଭତ୍ତା ଯୋଗାଇବା ପାଇଁ ଦାବୀ କରାଯାଇଛି । ସେହିପରି ମନରେଗା ଯୋଜନାରେ ଏମାନଙ୍କୁ କାର୍ଯ୍ୟ ଯୋଗାଇ ସେମାନଙ୍କର ଜୀବନ ଜୀବିକା ସୁଚାରୁ ରୁପେ ପରିଚାଳନା କରିବା ପାଇଁ ସିପିଆଇ(ଏମ୍‌) ଗଜପତି ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ଗଜପତି ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏଥି ସହ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅନେକ ଡାକ୍ତର ପଦବୀ ସହ ବିଭିନ୍ନ କର୍ମଚାରୀଙ୍କ ପଦବୀ ଖାଲି ରହିଛି । ଏଗୁଡିକୁ ତୁରନ୍ତ ପୁରଣ କରାଯିବା ସହ ଡାକ୍ତରଖାନାରେ ପ୍ରତ୍ୟେକ ରୋଗୀଙ୍କୁ ବିହିତ ଚିକିତ୍ସା ଓ ଆବଶ୍ୟକୀୟ ଔଷଧ ପ୍ରଦାନ ପାଇଁ ଏମାନେ ଦାବି କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ସିପିଆଇ(ଏମ୍‌)ର ନେତା ପି.ମୁରଲୀ ,ଏମ୍‌.ବାଙ୍ଗାରୀ,କେ.ସୁନୀଲ,କେ.ଚେଲାପାତି ଏବଂ ଆଇନ ଉପଦେଷ୍ଟା ଡି.ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ