କରୋନାରେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ,୪୦ ବର୍ଷୀୟ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ।ଏବଂ କିଛି ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଜନସାଧାରଣ ଚିନ୍ତା ବଢିଯାଇଛି ।କରୋନା ମୃତ୍ୟୁ ଏବଂ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୦୦ରୁ ଉର୍ଦ୍ଧ୍ବ ହେଲେ ମଧ୍ୟ କରୋନା ମୃତ୍ୟୁକୁ ଛାଡିଦେଲେ ଅନ୍ୟ ମାନଙ୍କର ମୃତ୍ୟୁର କାରଣ ଜଣାପଡୁନାହିଁ ।ଏହା କରୋନା ମୃତ୍ୟୁ ନା ଆଉ କଣ ଏ ନେଇ ଲୋକେ ଦ୍ୱନ୍ଦ ରେ ପଡୁଥିବା ବେଳେ କରୋନାର ପ୍ରାଥମିକ ଲକ୍ଷଣ ଲୁଚାଇ ଅବସ୍ଥା ସଙ୍କଟାପନ୍ନ ହେଉଛି ବୋଲି ଆଲୋଚନା ହେଉଛି ।ଗତ ସୋମବାର ରାତି ୮ ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଧୁମୁଛାଇ ଗ୍ରାମର କାର୍ତ୍ତିକ ସ୍ୱାଇଁ (୪୫)ଙ୍କ ଶୀତଳାପଲୀ ସ୍ଥିତ କୋଭିଡ ହସପିଟାଲରେ ମୃତ୍ୟୁ ଘଟିଛି ।ପ୍ରଶାସନ ତରଫରୁ ତାଙ୍କ ଶବ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ପାଇଁ ମନା କରିବା ସହ ଏକ ଗାଡ଼ିରେ ତାଙ୍କ ସ୍ତ୍ରୀ ସମେତ ପରିବାରର ୫ ଜଣଙ୍କୁ ବ୍ରହ୍ମପୁର ନେଇ କରି କାର୍ତ୍ତିକ ର ଶେଷ ଦର୍ଶନ କରାଇଛନ୍ତି ।ଆଜି ବ୍ରହ୍ମପୁରରେ ତାଙ୍କ ଶବକୁ ପ୍ରଶାସନ ତରଫରୁ ସଂସ୍କାର କରାଯାଇଥିବା ଜଣାପଡିଛି ।ସେହିପରି ଆଜି ସକାଳ ୭ ଘଣ୍ଟା ସମୟରେ ସେହି ଗ୍ରାମର କାଠ ବ୍ୟବସାୟ କରୁଥିବା ଟୁଟୁ ଲେଙ୍କା(୪୦)ଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି ।ପୁର୍ବରୁ ତାଙ୍କର ଶ୍ୱାସରୋଗ ଥିବା ବେଳେ ତାଙ୍କ ମୃତ୍ୟୁ ହାର୍ଟ ଚୋକ ରେ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ