ସାହିତ୍ୟ ଘର ଓ ବେଲଗୁଣ୍ଠା ପ୍ରେସ୍ କ୍ଳବର ମିଳିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗାଙ୍ଗପୁର ଷ୍ଟାଡିୟମ ଚତୁର୍ପାର୍ଶ୍ୱରେ ଝାଡବନ୍ଧ ସାହିତ୍ୟ ଘର ଓ ପ୍ରେସ୍ କ୍ଳବ ବେଲଗୁଣ୍ଠାର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ ଘରର ଏହିପରି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ କରୋନା କଟକଣା ପାଇଁ ବହୁ ଯାଗାରେ ଆୟୋଜିତ ହେବାକୁ ଥିବା ବନମହୋତ୍ସବ କାର୍ଯ୍ୟକ୍ରମ ହୋଇପାରୁନାହିଁ ।ତେଣୁ ସମସ୍ତେ ସାମାଜିକ ଦୁରତ୍ୱକୁ ରକ୍ଷା କରି କରୋନା କଟକଣା ମଧ୍ୟରେ ଛୋଟ ଛୋଟ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ଉଚିତ ବୋଲି କହିଥିଲେ ।ସ୍ୱତନ୍ତ୍ର ଅତିଥି ରୁପେ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ସବୁ ସମୟରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଜଡ଼ିତ ହୋଇ ବେଲଗୁଣ୍ଠା ପ୍ରେସ କ୍ଲବ ର ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ତଥା ସଟ୍ ଡାଉନ ରେ ଗାଇଗୋରୁଙ୍କୁ ଖାଦ୍ୟ ବଣ୍ଟନ,ରକ୍ତଦାନ ଶିବିର ଆୟୋଜନ, କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା ପ୍ରଭୃତି କାର୍ଯ୍ୟ କରି ବେଲଗୁଣ୍ଠା ଅଞ୍ଚଳରେ ପ୍ରଶଂସନୀୟ ବୋଲି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ କିଷମର ୪୮ଟି ବୃକ୍ଷ ରୋପଣ କରାଯାଇଥିଲା ଏହାକୁ ତଦରଖ କରିବା ପାଇଁ ସ୍ଥାନୀୟ ଯୁବଗୋଷ୍ଠୀ ଙ୍କୁ ଦାୟିତ୍ୱ ଦିଆଯାଇଥିଲା ।ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ଗାଙ୍ଗପୁର ବନପାଳ ଜି ଭେଙ୍କଟରାଓ ଦୋରା, ଝାଡବନ୍ଧ ସାହିତ୍ୟ ଘର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ,ଉପସଭାପତି ଅରୁଣ କୁମାର ସ୍ୱାଇଁ,ଗୋବରା ସାହିତ୍ୟ ଘର ସମ୍ପାଦକ ଡଃ ରତ୍ନସାଗର ମଳିକ,ସହ-ସମ୍ପାଦକ ଶିଶିର କୁମାର ସ୍ୱାଇଁ,ଓ.ଏଫ.ଏସ.ଡି.ପି-୨ ର ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଡାକୁଆ,ଉତ୍ତମ ପ୍ରଧାନ ଓ ଶିବରାମ ବିକ୍ଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।ସମସ୍ତ କାର୍ଯ୍ୟକ୍ରମ କୁ ସାହିତ୍ୟ ଘର ସମ୍ପାଦକ ସନ୍ତୋଷ ବିକ୍ଷୋୟୀ ଓ ସାହିତ୍ୟ ଘର ଆବାହକ ପ୍ରଦ୍ୟୁମ୍ନ ପାତ୍ର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ