କରୋନା ଆତଙ୍କ ଗଂଗଦାହାଟକୁ ବନ୍ଦ କଲା ବ୍ଲକ ପ୍ରଶାସନ

ନାଉଗାଁ : କରୋନା ଭୁତାଣୁ ଜନୀତ ରୋଗକୁ ନେଇ ସାରା ବିଶ୍ୱ ଆତଙ୍କିତ । ମହାମାରୀ ଭୁତାଣୁ ଜନୀତ ରୋଗ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନାଉଗାଁ ବ୍ଳକ ପ୍ରଶାସନ ପକ୍ଷରୁ ଗଂଗଦାହାଟକୁ ବନ୍ଦ କରି ଦିଆଯାଇଛି । ସୂଚନା ଥାଉକି ଗଂଗଦାହାଟ ସପ୍ତାହର ସୋମବାର ଓ ଗୁରୁବାର ଦିନ ହାଟ ବସିଥାଏ । ଏହି ହାଟରେ ପାଖାପାଖି ୫ଟି ପଂଚାୟତରୁ ଶତାଧିକ ଜନସାଧାରଣ ପନିପରିବା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିଥାନ୍ତି । ଫଳରେ ଏଠାରେ ଜନସମାଗମ ହୋଇଥାଏ । ଏହି ଜନସମାଗମକୁ ଲକ୍ଷ୍ୟ କରି ଆଜି ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟାହ୍ନ ସମୟରେ ଡେଙ୍ଗୁରା ଦିଆଯାଇ ଦୋକାନ ବନ୍ଦ ରଖିବା ପାଇଁ ସୂଚନା ଦିଆଯାଇଥିଲା । କିନ୍ତୁ ଗାଁ ଗଣ୍ଡାରୁ ଆସିଥିବା ପନିପରିବା ଦୋକାନୀ ଏହା ଜାଣି ନପାରି ପରିବା ବିକ୍ରୟ କରିବା ପାଇଁ ପସରା ଖୋଲି ବସିଥିଲେ । ବ୍ଲକ ପ୍ରଶାସନ ଖବର ପାଇଁ ପୋଲିସ ପ୍ରଶାସନ ସହାୟତାରେ ହାଟକୁ ବନ୍ଦ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ