ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତକୁ ୨୦ବର୍ଷ ଜେଲ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ଆସାମୀ ଆନନ୍ଦ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୫୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆସାମୀ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବେ ବୋଲି ଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଏହି ମାମଲାରେ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବା ପାଇଁ ଜିଲା ଆଇନ୍‌ସେବା ପ୍ରାଧିକରଣଙ୍କୁ ଜଜ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ କେନ୍ଦ୍ରାପଡା ସଦର ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକା ଗତ ୨୦୨୪ମସିହା ନଭେମ୍ବରମାସ ୫ତାରିଖ ଦିନ ୧୦ଟାରେ ସ୍କୁଲକୁ ଯାଇ ଆଉ ଘରକୁ ଫେରିନଥିଲେ। ନାବାଳିକାର ପିତା ସ୍କୁଲକୁ ଫୋନ କରି ବୁଝିଲେ ଯେ ସେଦିନ ନାବାଳିକା ସ୍କୁଲକୁ ଯାଇନାହାନ୍ତି। ଏସମ୍ପର୍କରେ ତୁରନ୍ତ ସେ କେନ୍ଦ୍ରାପଡା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର -୬୦୮/୨୦୨୪ରେ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଉଭୟଙ୍କ ମୋଇବାଇଲ ଫୋନକୁ ଟ୍ରାକ କରି ପୁଲିସ ନଭେମ୍ବର ୨୭ତାରିଖରେ ପିଡିତାକୁ ଆନନ୍ଦପୁର ବସଷ୍ଟାଣ୍ଡରୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଆନନ୍ଦ ନାୟକକୁ ମଧ୍ୟ ଗିରଫ କରିଥିଲା। ପିଡିତାଙ୍କର ଜମାନବନ୍ଦୀ ଜଣେ ମହିଳା ପୁଲିସ ଅଧିକାରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା। ପରେ ଉଭୟ ପିଡିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପରେ ନାବାଳିକାକୁ କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତି ପାଖରେ ହାଜର କରାବା ପରେ ସମିତି ତାକୁ ସୁରକ୍ଷା ଗୃହକୁ ପଠାଇ ଦେଇଥିଲା। ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା ଯେ ନାବାଳିକା ଗର୍ଭବତୀ ଅଛି। ଏହାପରେ ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ୨୦୨୫ ମସିହା ଜାନୁଆରୀ ୨୩ ତାରିଖରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ ପ୍ରଜ୍ଞା ପରମିତା ରାଉଳ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ଏଥିରେ ୧୧ ଜଣ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ