କରୋନା ଉଜାଡ଼ିଦେଲା ପାନ ବରଜ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ଶେଷଦେବ ସାହୁ) : ଭାବିଥିଲୁ ଏବର୍ଷ ଭଲ ପାନ ଚାଷ ହୋଇଛି । ବେଶି ଦୁଇ ପଇସା ଅଧିକ ରୋଜଗାର ହେବ । ଗଲା ମାର୍ଚ୍ଚ ଶେଷ ସପ୍ତାହରେ ବରଜରୁ ପାନ ତୋଳି ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ବାହର ଜିଲ୍ଲାକୁ ରପ୍ତାନି କରିବାକୁ ଆଶା ରଖିଥିଲୁ । ହେଲେ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ସରକାର ଲକଡ଼ାଉନ ଘୋଷଣା କଲେ । ଫଳରେ ଗାଡ଼ି ମୋଟର ସାଙ୍ଗକୁ ଦୋକାନ ବଜାର ସବୁ ବନ୍ଦ, ମନରେ ଥିବା ଅସୁମାରୀ ସପ୍ନ ଭାଙ୍ଗି ଚୁରମାର ହୋଇଗଲା । ଏଭଳିମ୍ଭପରସ୍ଥିତ ଦେଖିଲା ବେଳକୁ ଛାତି ଫାଟିଯାଉଛି । କେମିତି ବଂଚିବୁ, ବର୍ଷତମାମ ପାନଚାଷରେ ପରିଶ୍ରମ କରି ଦୁଇପଇସା ରୋଜଗାର ପାଇଁ ଚେଷ୍ଟା କରୁଥିବା ବେଳେ ପ୍ରତିବର୍ଷ କିଛି ନା କିଛି ବିପଦ ମାଡ଼ି ଆସୁଛି । ଏଭଳି କୋକୋଭରା କଣ୍ଠରେ କହିଛନ୍ତି ହିଂଜିଳିକାଟୁ ବ୍ଳକର ଖରିଡ଼ା, ଆଲପୁର, ରାଳବ, ସିକରି, ଶାସନଆମ୍ବଗାଁ ପ୍ରଭୃତି ଅଂଚଳର ଶହ ଶହ ଭରଣ ଜମିରେ ଚାଷ କରିଥିବା ବହୁ ପାନଚାଷୀ । ମହାବାତ୍ୟା ପରଠାରୁ ଐଭଳି ବିପତି ଲାଗି ରହିଥିବା ବେଳେ ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ଲକଡ଼ାଉନ ଘୋଷଣା କରାଯାଇଥିବା ବେଳେ ବାଡ଼ରେ ପାନ ପଚିବାକୁ ଲାଗିଲାଣି । ଫାଇଲିନ୍‌, ହୁଡ଼ୁହୁଡ଼, ତିତଲି, ଫନି ପରେ କରୋନା । ଏତେ ବିପତି ସହ ଧାରକରଜ କରି ପିତୃ ପରମ୍ପରା ବ୍ୟବସାୟକୁ ବଂଚେଇବାକୁ ଚେଷ୍ଟା କରି ବିଫଳ ହେଉଥିଲେ ମଧ୍ୟ ସରକାର ଏଦିଗରେ କର୍ଣ୍ଣପାତ କରୁନାହାନ୍ତି କିମ୍ବା କୌଣସି ସରକାରୀ ସହାୟତା ପ୍ରଦାନ କରୁନାହାନ୍ତି । ଏପରିକି ପାନଚାଷ ସକାଶେ କୌଣସି ବ୍ୟାଙ୍କ ମଧ୍ୟ ଋଣ ଦେବାକୁ ପ୍ରସ୍ତୃତ ନୁହଁନ୍ତି । ଏଭଳି ପରିସ୍ଥିତିରେ ପାନଚାଷକୁ ବନ୍ଦ କରି ଅନ୍ୟ କୌଣସି ବ୍ୟବସାୟ କରିବା ଦ୍ୱାରା ପରିବାର ପ୍ରତିପୋଷଣ ହୋଇ ପାରିବ ବୋଲି ବହୁ ପାନଚାଷୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ