କରୋନା ସଚେତନତା କବିତା, ଗଳ୍ପ, ଗୀତ ଓ ଚିତ୍ରରେ ସଚେତନତା

ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ): କୋରନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ ଡ଼ାଉନ ଜାରୀ ହୋଇଛି । ସରକାରୀ ଓ ବେସରକାରୀ ସ୍ତରରେ ଲୋକଙ୍କୁ ଲକ ଡ଼ାଉନ ସମୟରେ ଅଯଥା ବାହାରକୁ ନ ବାହାରି ଘରେ ରହିବାକୁ ଅନୁରୋଧ କରାଯାଇଛି । ତଥାପି କିଛି ବ୍ୟକ୍ତି ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି । ସାମାଜିକ ଦୂରତ୍ୱ ରଖିବା, ଘରେ ରହି ବିଭିନ୍ନ ମାଧ୍ୟମରେ ଅମାନିଆଙ୍କୁ ବୁଝାଇବାକୁ ହିଂଜିଳିକାଟୁ ଓ ଆଖପାଖ ଅଂଚଳରୁ ବାହାରିଛନ୍ତି ବହୁ ସାହିତ୍ୟିକ , ଗୀତିକାର, ଚିତ୍ରଶିଳ୍ପୀ ଇତ୍ୟାଦି । କରୋନା ସଚେତନତା ଗୃଫ ମାଧ୍ୟମରେ ସଚେତନତା ପାଇଁ ୁଦ୍ୟମ ହୋଇଛି । ଲକ ଡ଼ାଉନ ସମୟରେ ଗଣ ମାଧ୍ୟମ ଓ ସାମାଜିକ ଗଣ ମାଧ୍ୟମ ପାଲଟିଛି ସଚେତନତାର ମାର୍ଗ । ବିଭିନ୍ନ ସାମାଜିକ ଗଣ ମାଧ୍ୟମ ଜରିଆରେ କବିତା ,ଗଳ୍ପ,ଚିତ୍ର ଇତ୍ୟାଦି ପ୍ରକାଶିତ ହେଉଛି । କରୋନା ସଚେତନତାରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ବହୁ ସ୍କୁଲ ଛାତ୍ରଛାତ୍ରୀ ଚିତ୍ର,କବିତା ଓ ଗଳ୍ପ ମାଧ୍ୟମରେ ନିଜ କଳାର ପ୍ରଦର୍ଶନ ସହ ସମାଜ ପାଇଁ ସଚେତନତା ବାଂଟୁଛନ୍ତି । କେବଳ ହିଂଜିଳିକାଟୁ ନୁହେଁ ବ୍ଲକର ବିଭିନ୍ନ ପଂଚାୟତରୁ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଯୁବକ ଯୁବତୀ ଘରେ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଉଛନ୍ତି । କରୋନା ମହାମାରୀରେ ଲୋକଙ୍କ ସେବା କରୁଥିବା ସରକାରୀ କର୍ମଚାରୀ,ଅନୁଷ୍ଠାନ, ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତି ମାନଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଲୋକଙ୍‌ତକୁ ଧାରଣା ପ୍ରଦାନ କରାଯାଉଛି ।
କରୋନା ସଚେତନତା ନାମରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଗୃଫରେ ଏହି ସମୟରେ ଭାବ ଆଦାନ ପ୍ରଦାନ ସହ ସଚେତନତା ହେଉଛି । ଏଥିରେ ଛାତ୍ରଛାତ୍ରୀ, ବିଭିନ୍ନ ବୟସର ଲୋକଙ୍କ ଅର୍ନ୍ତନିର୍ହିତ ଗୁଣ ଓ କଳାର ବିକାଶ ହେବା ସହ ସମାଜ ପାଇଁ ଭଲ ବାର୍ତ୍ତା ଯାଉଛି ବୋଲି ବରିଷ୍ଠ ଆଇନଜିବୀ ନିର୍ମଳ ସାହୁ କହିଛନ୍ତି । ବିଶ୍ୱରେ କରୋନା ମହାମାରୀ ଆତଙ୍କ ବେଳେ ସମାଜକୁ ଉଚିତ ଦିଗ ଦର୍ଶନ ପାଇଁ ସାହିତ୍ୟିକ , କବି, ଚିତ୍ରକର ଓ କଳାକାର ଇତ୍ୟାଦିଙ୍କ ଅବଦାନ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ସାହିତ୍ୟିକ ହିଂମାଶୁ ଦାଶ , ଉମା ଶଙ୍କର ସାହୁ , ସମାଜସେବୀ ପ୍ରମୋଦ ପଣ୍ଡା ,ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ନିତ୍ୟାନନ୍ଦ ସାହୁ ପ୍ରମୁଖ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ