“କରୋନା” ଓ “ଅମ୍ଫାନ” ବିପତିରୁ ଉଦ୍ଧାର ପାଇଁ ସି.ପି.ଆଇର ବିକ୍ଷୋଭ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି.ପି.ଆଇ.) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କରୋନା ଓ ଅମ୍ଫାନ ବିପତିରୁ ଜିଲ୍ଲାର ଲୋକମାନଙ୍କୁ ଉଦ୍ଧାର କରାଯାଇ କ୍ଷତିପୁରଣ ପ୍ରଦାନ କରାଯିବା ଦାବିରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଗରାପୁର ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରୁ ବୁଧବାର ସକାଳେ ସି.ପି.ଆଇ. ଜିଲ୍ଲା କମିଟିର ସମସ୍ତ ସଦସ୍ୟମାନେ ହାତରେ ଲାଲ ପତକା ଓ ପୋଷ୍ଟର ଧରି ବାହାରି ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ । ସେଠାରେ ତୁରନ୍ତ ଅମ୍ଫାନ ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରି କ୍ଷତିପୁରଣ ପ୍ରଦାନ ଓ ମନରେଗାରେ ପ୍ରତ୍ୟେକ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଅନ୍ୟୁନ୍ୟ ୨ଶହ ଦିନର କାମ ପ୍ରଦାନ, ଏପିଏଲ ବା ବିପିଏଲ ବାଛବିଚାର ନରଖି ସମସ୍ତଙ୍କୁ ରାସନ ସାମଗ୍ରୀ ପ୍ରଦାନ, ଜିଲ୍ଲାର ସମସ୍ତ ବେକାରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସ୍ୱରୋଜଗାରୀ ହେବାକୁ ଋଣ ପ୍ରଦାନ, ପ୍ରବାସୀ ଶ୍ରମିକଙ୍କ ନିଯୁକ୍ତିକୁ ନିଶ୍ଚିନ୍ତ କରିବା, ଧାନ ବିକ୍ରୀ କରିଥିବା ଚାଷୀମାନଙ୍କୁ ପ୍ରାପ୍ୟ ପ୍ରଦାନ, କରୋନା ଓ ଅମ୍ଫାନ ବାତ୍ୟା ପରିଚାଳନା ପାଇଁ ଜିଲ୍ଲା ସ୍ତରରେ ସର୍ବ ଦଳୀୟ କମିଟି ଗଠନ ପ୍ରଭୃତି ୧୧ଦଫା ଦାବୀକୁ ନେଇ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ, ସହ ସମ୍ପାଦକ ସାଥି ଆଦିକନ୍ଦ ରାଉଳ, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ସାଥି ବାବାଜୀ ଧଳ, କେନ୍ଦ୍ରାପଡା-ଡେରାବିଶି ଜୋନ ସମ୍ପାଦିକା ସୁବାସିନୀ ଭଦ୍ର, ମାର୍ଶାଘାଇ-ମହାକାଳପଡା ଜୋନ ସମ୍ପାଦକ ସାଥି ବିକାଶ ଚନ୍ଦ୍ର ବେଉରା, ରାଜନଗର-ପଟ୍ଟାମୁଣ୍ଡାଇ ଜୋନ ସମ୍ପାଦକ ସାଥି ଅଭୟ କୁମାର ଦାସ, ଜିଲ୍ଲା ପରିଷଦ ସାଥି ନିରଞ୍ଜନ ଦାଶ, ସାଥି ରଞ୍ଜନ କୁମାର ମଲ୍ଲିକ, ସାଥି ରତ୍ନାକର ଦାସ, ସାଥି ସୁହାନା ବେଗମ, ସାଥି ସଂଯୁକ୍ତା ରାଉତ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ତୁରନ୍ତ ଏହି ଦାବି ଗୁଡିକ ପୁରଣ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ଦାବି ଗୁଡିକ ପୁରଣ ନହେଲେ ଆଗାମି ଦିନରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଥିଲା ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ