କରୋନା କଟକଣାରେ ରାକ୍ଷୀ ଦୋକାନ ବନ୍ଦ;ଭଉଣୀମାନେ ଚିନ୍ତାରେ

କୋଦଳା, (ଗୁଲସନ କୁମାର କର):ଭାଇ ଓ ଭଉଣୀ ମଧ୍ୟରେ ପବିତ୍ର ସମ୍ପର୍କଟିଏ ବାନ୍ଧିଥାଏ ରାକ୍ଷୀ ଟିଏ। ଏହି ଦିନଟିକୁ ପ୍ରତ୍ୟେକ ଭାଇ ଓ ଭଉଣୀ ମାନେ ଚାହିଁ ରହିଥାନ୍ତି କିନ୍ତୁ ଏହି କରୋନା ମହାମାରୀ ପାଇଁ ସବୁ ଫିକା ପଡିଛି ଏ ଯାଏଁ ରାକ୍ଷୀ ଦୋକାନ ଟିଏ ମଧ୍ୟ ପଡ଼ିନାହିଁ। ଏହାକୁ ନେଇ ବ୍ୟାକୁଳ ହୋଇପଡିଛନ୍ତି ଭଉଣୀ ମାନେ। ରାକ୍ଷୀ ବେପାର ଉପରେ ମଧ୍ୟ କରନା ମାଡ଼ ପଡିଛି। ବ୍ୟବସାୟୀ ମାନେ ବିଭିନ୍ନ ରାଜ୍ୟରୁ ନୂତନ ଡିଜାଇନର ଓ ବରାଦ ମୁତାବକ ରାକ୍ଷୀ ସବୁ ବିକିଥାନ୍ତି। ପ୍ରତେକ ବର୍ଷ ବାହୁଡା ଯାତ୍ରା ଠୁ ବ୍ୟବସାୟୀମାନେ ସବୁ ରାକ୍ଷୀ ଷ୍ଟଲ ଲଗାଇଦେଇଥାନ୍ତି। କିନ୍ତୁ ସଟ ଡାଉନ ଓ ଲକଡାଉନ ର ପ୍ରଭାବରେ କରୋନା କଟକଣା ଯୋଗୁଁ ବ୍ୟବସାୟୀ ମାନେ ଘରୁ ବାହାରୁନାହାନ୍ତି। କ୍ଷତି ଆଶଙ୍କାରେ ରାକ୍ଷୀ ମଧ୍ୟ ତିଆରି କରୁନାହାନ୍ତି କାରିଗରୀ।କେତେକ ହୋଲସେଲର ଗୋଦାମର ଅଧା କବାଟ ଖୋଲି ବେପାର କରୁଥିବା ବେଳେ ଅନ୍ୟ କେତେଜଣ ମୁଣ୍ଡରେ ହାତ ଦେଇ ଦେଇଛନ୍ତି। କାହିଁକି ନା ଦୋକାନ ଖୋଲିଲେ ବି ଲକଡାଉନ ପାଇଁ ବେପାର ମାନ୍ଦା ହେବ ବୋଲି ସେମାନେ ଧରିନେଇଛନ୍ତି। ଇତି ମଧ୍ୟରେ ରାକ୍ଷୀ ପୂର୍ଣ୍ଣିମାକୁ ଆଉ ୭ ଦିନ ବାକି ଥିବା ବେଳେ ସବୁ ଭଉଣି ମାନେ ସେମାନଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ରାକ୍ଷୀ ଦୋକାନ ଖୋଜିବୁଲୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ