କରୋନା କଟକଣା ଭିତରେ ଗଣେଶ ପୂଜା ପାଳିତ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ‘ଓଁ ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦନୋ ପ୍ରଭୋ! ମମ ବିଘ୍ନ ଵିନାଶାୟ ଗଣାଧି ପତୟେ ନମଃ ।ଭାଦ୍ରବ(ଚାନ୍ଦ୍ର)ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନ ବିନାଶକ,ବିଦ୍ୟାଦାତା ,ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା କରାଯାଏ ।ଭାରତୀୟ ସଂସ୍କୃତି ଓ ଜନଜୀବନ ତଥା ଶିକ୍ଷାୟତନ ସରକାରୀ,ବେସରକରୀ କାର‌୍ୟ୍ୟାଳୟ,ଘରେ ଘରେ ଗଣେଶପୂଜା ଏ ମହତ୍ତ୍ବପୁର୍ଣ ଉତ୍ସବ ।ମହାପ୍ରଭୁ ଶ୍ରୀଗଣେଶ କେବଳ ବିଦ୍ୟାଦାତା ନୁହନ୍ତି,ସେ ସେ ସିଦ୍ଧିଦାତା,,ଧର୍ମଦାତା ଭାବେ ଅଗ୍ରପୂଜ୍ୟଭାବେ ପୂଜା ପାଇଥାନ୍ତି ।ଶରତ ଋତୁରେ ଗଣେଶ ପୂଜା ଏକ ମହାନ ପର୍ବ ।ଏହି ମହାନ ପର୍ବରେ ଓଡିଶାର ପୁରପଲ୍ଲୀ ସହର ସବୁଠି ଚଳଚଂଚଳ ।ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଏବଂ ଆଖପାଖ ଅଂଚଳରେ କରୋନା କଟକଣା ନେଇ ସରକାରଙ୍କ ଗାଇଡ ଲାଇନ ମାନି ସମସ୍ତେ ଶାନ୍ତିଶୃଙ୍ଖଳାର ସହ ମହାପ୍ରଭୁ ଗଣେଶଙ୍କ ପୂଜାର୍ଚନା କରୁଛନ୍ତି ।ଯଦିଓ ପିଲାମାନେ ଏକାଠି ହୋଇ ପାରୁ ନାହାନ୍ତି ଯାହାର ଯେମିତି ସକ୍ଷମ ସେହି ଅନୁସାରେ ପାଳନ କରୁଛନ୍ତି ।ଆଜି ଭୋରୁ ପିଲାମାନେ ଗାଧୁଆ ପାଧୁଆ ସାରି ନବବସ୍ତ୍ର ପିନ୍ଧି ଛୋଟ ଛୋଟ ମୂର୍ତି ସାଜସଜ୍ଜା କରି ବହି ବସ୍ତାନୀ ରଖି ନନାଙ୍କୁ ଡକାଇ ମନ୍ତ୍ର ପାଠ କରାଇ ନଡିଆ ,କଦଳୀ ଧୂପଦୀପଦେଇ ବିଦ୍ୟାଦାତାଙ୍କ ଆଶୀର୍ବାଦ ନେଉଥିବାର ଲକ୍ଷ କରାଯାଉଥିଲା ।ବକ୍ରତୁଣ୍ଡମହାକାୟ ସୂର‌୍ୟ୍ୟକୋଟି ସମପ୍ରଭଃ ।ନିର୍ବିଘ୍ନଂ କୁରୁମେ ଦେବ ସର୍ବ କାର‌୍ୟ୍ୟେଷୁ ସର୍ବଦା ।ଓଁ ଶ୍ରୀ ଗଣେଶାୟ ନମଃ ଶ୍ଳୋକରେ ମଣ୍ଡପ ପ୍ରକମ୍ପିତ ହେଉଥିଲା ।କରୋନା ଶିଘ୍ର ଦୂର ହେଉ ଆମେ କେମିତି ବିଦ୍ୟାଳୟ ଶିଘ୍ର ଯିବୁ,ପାଠ ପଢିବୁ ଏହାକୁ ନେଇ ଗଣେଶଙ୍କ ପାଖରେ ଛାତ୍ରଛାତ୍ରୀ ପ୍ରାର୍ଥନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ