କରୋନା କ୍ଷତି ସହାୟତା ଦାବିକଲା ବସ ମାଲିକ ସଂଘ
କଟକ,(ସଞ୍ଜୀବ କୁମାର ତିୱାରୀ):କରୋନା ପାଇଁ ରାଜ୍ୟବ୍ୟାପୀ ବସ୍ସେବା ବନ୍ଦ ରହିଛି। ଫଳରେ ଯାତ୍ରୀସେବା ଯୋଗାଇ ଆସୁଥିବା ବସ୍ ମାଲିକମାନେ ବ୍ୟାପକ ଆର୍ଥିକ କ୍ଷତିର ସମ୍ମଖୀନ ହୋଇଛନ୍ତି। କରୋନା ଭୁତାଣୁ ର ଭୟାବହତାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୪ରୁ ବସ୍ ଚଳାଚଳ ଉପରେ କେତେକ କଟକଣା ଜାରି କରାଯାଇଥିଲା। ୨୨ରୁ ଲକ୍ଡାଉନ ଘୋଷଣା ହେବା ପରେ ରାଜ୍ୟବ୍ୟାପୀ ବସ୍ସେବା ଠପ୍ ହୋଇଯାଇଥିଲା। କର୍ମଚାରୀଙ୍କୁ ବିଦା କରିଦେବା ପରିବର୍ତ୍ତେ ସେମାନଙ୍କୁସହାୟତା କରିବା ପାଇଁ ମାଲିକମାନେ ସ୍ଥିର କରିଥିଲେ। ତେବେ ଇତିମଧ୍ୟରେ ଲକ୍ଡାଉନ ୩୪ଦିନ ଅତିକ୍ରାନ୍ତ କରିବାକୁ ବସିଥିବା ବେଳେ ଆଗକୁ ଏପରି ପରିସ୍ଥିତି ବଳବତ୍ତର ରହିବ ନା ସ୍ୱାଭାବିକ ହେବ ତାହା କେହି ଜାଣିନାହାନ୍ତି ।ଫଳରେ ମାଲିକମାନଙ୍କ ଅବସ୍ଥା ବାର୍ ବାଜିଛି। ଏହି ପରପ୍ରେକ୍ଷୀ ରେ ମୋଟରଯାନ ଟିକସ ଛାଡ ସହିତ ବ୍ୟାଙ୍କର ଋଣରବାର୍ଷିକ ମିଆଦ ସହ ସୁଧ ଛାଡ଼ କରିବା ପାଇଁ ରାଜ୍ୟ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛି। କେନ୍ଦ୍ର ସରକାର ନିୟମିତ ଶ୍ରମିକଙ୍କୁ ଲେବର କାର୍ଡ ପ୍ରଦାନ ଓ ବସ୍ ରେ କାର୍ଯ୍ୟ କରୁଥିବା ସଂଖ୍ୟାଧିକ କର୍ମଚାରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ସେଭଳି ଭାବେ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ୍। ସେହିପରି ବସ ଗୁଡିକରୁ ଜିଏସଟି ସଂପୁଣ୍ଣ ଉଚ୍ଛେଦ କରାଯିବା ଉଚିତ୍। ପରିବହନ ସେବା ଉପରେ ସାରା ଦେଶରେ ଲକ୍ଷାଧିକ ଲୋକ ନିର୍ଭରଶୀଳ। ରାଜ୍ୟ ସରକାର ଏହି ବ୍ୟବସାୟକୁ ଇଣ୍ଡଷ୍ଟ୍ରି
ଷ୍ଟାଟସ ଦେବା ସହିତ ଯେଉଁଭଳି ଭାବେ ଏମଏସଏମଇ ସଂସ୍ଥା ସବିଧା ସୁଯୋଗ ପ୍ରଦାନ କରୁଛନ୍ତି ସେଭଳି ଭାବେ ଟ୍ରାନ୍ସପୋର୍ଟସେକ୍ଟରକୁ ପ୍ରଦାନ କରିବାକୁ ଦାବି କରାଯାଇଛି। ବସ୍ସେବା କ୍ଷେତ୍ରର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନିଆ ନ ଗଲେ, ଏହି ବ୍ୟବସାୟୀ ଏକପ୍ରକାର ନିଶ୍ଚିତ ହୋଇଯିବ ବୋଲି ରାଜ୍ୟ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି ଓ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ଚେତାଇ ଦେଇ ରାଜ୍ୟ ସରକାର ସମେତ କେନ୍ଦ୍ର ପରିବହନ ମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଇତିମଧ୍ୟ ରେ ବସ୍ ମାଲିକଙ୍କ ଦାବି ଗୁଡ଼ିକୁ ଗରୁୁତ୍ୱ ସହ ଗ୍ରହଣକରି ରାଜ୍ୟ ସରକାର ବ୍ୟାଙ୍କ ସୁଧା ଛାଡ ସହିତ ବୀମା ପ୍ରିମିୟମ ଗୁଡ଼ିକ ପନଃ ବିଚାର କରିବା ନିମେନ୍ତ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବାରୁ ଏହାକୁନେଇ ସଂଘ ତରଫରୁ ଧନ୍ୟବାଦ ଦିଆଯାଇଛି।


