କରୋନା ଟାର୍ଗେଟରେ ଯୁବ ଭାରତୀୟ

ନୂଆଦିଲ୍ଲୀ: ଭାରତରେ କାମ କରୁଥିବା ଲୋକମାନେ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ଭାରତରେ ୮୩ ପ୍ରତିଶତ କରୋନା ରୋଗୀଙ୍କ ବୟସ ୫୦ ବର୍ଷରୁ କମ । ଯୁବ ଭାରତୀୟ ମଧ୍ୟ କରୋନା ସଂକ୍ରମିତ ହେବାର ଭୟ ଅଧିକ ବଢ଼ୁଛି । କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଭାରତରେ ଅଧିକ କରୋନା ରୋଗୀଙ୍କ ବୟସ ୨୧ ରୁ ୪୦ ମଧ୍ୟରେ । ଭାରତରେ କରୋନା ସ୍ଥିତି ସଂକ୍ରାନ୍ତରେ ଏକ ସାମୂହିକ ସମ୍ମିଳନୀ କରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତରେ ସମୁଦାୟ କରୋନା ରୋଗୀଙ୍କ ମଧ୍ୟରୁ ୪୨ ପ୍ରତିଶତଙ୍କ ବୟସ ୨୧ ରୁ ୪୦ ବର୍ଷ ମଧ୍ୟରେ । ଏହା ପରେ ୪୧ ରୁ ୫୦ ବର୍ଷ ମଧ୍ୟରେ ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ । ଦେଶରେ କୋଭିଡ ମାମଲାରେ ଏହା ୩୩ ପ୍ରତିଶତ । ତେବେ ବରିଷ୍ଠ ନାଗରିକଙ୍କ ପାଇଁ ସବୁଠୁ ଅଧିକ ବିପଦ ଥିଲେ ମଧ୍ୟ ବରିଷ୍ଠ କରୋନା ରୋଗୀଙ୍କ ସଂଖ୍ୟ ୧୭ ପ୍ରତିଶତ ରହିଛି । ୨୦ ବର୍ଷରୁ କମ କେବଳ ୯ ପ୍ରତିଶତ କରୋନା ସଂକ୍ରମିତ ହୋଇଚନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅନୁଶୀଳନରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ, କାର୍ଯ୍ୟ କ୍ଷେତ୍ରରେ ନିୟୋଜିତ ଅଧିକାଂଶ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ