ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ କ୍ଷୁଦ୍ର ବ୍ୟବସାୟୀ

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡି ସ୍ଥିତ ଜଣେ ବ୍ୟବସାୟୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି । ଲୁହଗୁଡିର କ୍ଷୁଦ୍ର ବ୍ୟବସାୟୀ ରାମେଶ୍ବର ପାତ୍ର ବର୍ତ୍ତମାନ କରୋନା ସାମ୍ପ୍ରତିକ ପରିସ୍ଥିତିର ମୁକାବିଲା ପାଇଁ ମୋହନା ତହସିଲଦାରଙ୍କ କଲ୍ୟାଣି ସଂଘମିତ୍ରା ଦେବୀଙ୍କ ଜରିଆରେ ଏକୁଇସି ହଜାର ଟଙ୍କା ଦାନ କରିଛନ୍ତି । ତହସିଲଦାର ତାଙ୍କ ଠାରୁ ଅର୍ଥ ନେଇ ରସିଦ ପ୍ରଦାନ କରିଛନ୍ତି। କରୋନା ମହାମାରୀକୁ ମୁକାବିଲା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ଜନସାଧାରଣଙ୍କୁ ବାରମ୍ବାର ସାମାଜିକ ଦୂରତ୍ୱ ବଜାଇ ରଖିବା ଓ ଲକଡାଉନ ସ୍ଥିତିରେ ନିଜ ନିଜ ଘରେ ନିରାପଦରେ ରହିବାକୁ ପରାମର୍ଶ କରାଯାଉଛିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ