କରୋନା ଟିକା ନେଲେ ରତନ ଟାଟା
ନୂଆଦିଲ୍ଲୀ (ୱାଇଏନ୍ଏସ୍): ଜି ଦେଶର ଜଣେ ପ୍ରଖ୍ୟାତ ବିଜ୍ନେସ୍ ମ୍ୟାନ୍ ତଥା କରୋନା ସମୟରେ ସର୍ବାଧିକ ଅର୍ଥ ସାହାର୍ଯ୍ୟ କରିଥିବା ରତନ ଟାଟା କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ସମସ୍ତେ ଏହି ଟିକା ନେଇ ସୁରକ୍ଷିତ ରହି ପାରିବେ ବୋଲି ରତନ ଟାଟା ଆଶା ପ୍ରକାଶ କରିଛନ୍ତି। ଟିକା ନେଇଥିବା କଥା ତାଙ୍କ ଅଫିସିୟାଲ୍ ଟୁଇଟର୍ରେ ଘୋଷଣା କରି ସେ ଲେଖିଛନ୍ତି, ଆଜି ଟିକାକରଣର ପ୍ରଥମ ଡୋଜ୍ ନେଇ ଧନ୍ୟ ହେଲି। ଟିକା ନେବା ଖୁବ୍ ସହଜ ଓ ଯନ୍ତ୍ରଣାହୀନ।


