ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ଦିଆଯିବ କ୍ଲାସ୍ ପ୍ରମୋସନ୍ : ସମୀରରଂଜନ ଦାଶ
ଭୁବନେଶ୍ବର(ୱାଇଏନ୍ଏସ୍): ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ଆଜି ଏକ ବଡ଼ ସୂଚନା କରିଛନ୍ତି । ପ୍ରଥମରୁ ଅଷ୍ଟମ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ପ୍ରମୋସନ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କର କୌଣସି ବାର୍ଷିକ ପରୀକ୍ଷା କରାନଯାଇ କ୍ଲାସ୍ ପ୍ରମୋସନ୍ ଦିଆଯିବ । ଏହି ପିଲାଙ୍କର ଆଉ କ୍ଲାସ୍ ହେବ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ଏଣୁ ଗତବର୍ଷ ଭଳି ଏ ବର୍ଷ ବି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଯାଏଁ ସବୁ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନ ଥିଲେ ବି ଆପାତତଃ ତାହା ସ୍ଥିର ହୋଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ।


