କରୋନା ଟୀକା ନେଲେ ଜିଲ୍ଲାପାଳ, ଏସପି,ଡିଆରଡିଏ ପିଡି, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ

ଛତ୍ରପୁର,(ଦେବଦତ୍ତ ମହାରଣା) : ଆଜି ଛତ୍ରପୁର ବ୍ଲକ ପରିସରରେ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ପ୍ରଥମେ କରୋନା ଟୀକା ନେଇଥିଲେ ।ଏହାପରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଜନ ପୃଷ୍ଟି , ଅତିରିକ୍ତଜିଲ୍ଲାପାଳ (ସାଧାରଣ ) କବିନ୍ଦ୍ର କୁମାର ସାହୁ , ଅତିରିକ୍ତ ଜିଲ୍ଲପାଳ (ରଜସ୍ୱ) ଅମୀୟ କୁମାର ସାହୁ, ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରୟ ଭାଉସାହେବ , ଛତ୍ରପୁର ତହସିଲଦାର ନିଳ ମାଧବ ଭୋଇ, ଡେପୁଟି କଲେକ୍ଟର ଡଃ. ଦିବ୍ୟ ଲୋଚନ ମହାନ୍ତ ଓ ଡଃ.ବିଜୟାନନ୍ଦ ସେଠୀ , ଛତ୍ରପୁର ବ୍ଲକ ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ ଓ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ଟୀକା ଦେଇଥିଲେ । କରୋନା ଟୀକା ରେକୈାଣସି ପ୍ରକାର ପାଶ୍ୱର୍ ପ୍ରତିକ୍ରିୟା ନାହିଁ । ଯେଉଁ ମାନଙ୍କ ର ଟୀକା ଦେବାର ସମୟ ଆସିବ ସେମାନେ ସମସ୍ତେ ସମ୍ପୃକ୍ତ କେନ୍ଦ୍ରକୁ ଯାଇ ଟୀକା ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଓ ଏସପି । ଆଜି ଛତ୍ରପୁର ବ୍ଲକ ପରିସରରେ ଥିବା ଟୀକାକରଣ କେନ୍ଦ୍ର ୧୩୦ଜଣ ଆଗଧାଡିର ଯୋଦ୍ଧା ମାନଙ୍କୁ ଟୀକା ପ୍ରଦାନ କରାଯାଇଥିବା ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।ଆଜି ଛତ୍ରପୁର ବ୍ଲକ ପରିସରରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଆର.ଜଗଦୀଶ ପଟ୍ଟନାୟକ, ଡିପିଏମ ଶ୍ୟାମସୁନ୍ଦର ତ୍ରିପାଠୀ, ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷୀକ ଡାକ୍ତର ପ୍ରଫୁଲ ଚନ୍ଦ୍ର ଗୈାଡ ଓ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଜ୍ଞାନେନ୍ଦ୍ର ପାତ୍ର ଉପସ୍ଥିତ ଥିଲେ । ଟୀକା ପ୍ରଦାନ କାରୀ ଭାବେ ରୁପେଶ ପାଣିଗ୍ରାହୀ , ଟୀକାକରଣ ପର୍ଯ୍ୟବେକ୍ଷକ ଭାବେ ପବିତ୍ର କୁମାର ଶତପଥୀ , ପାଶ୍ୱର୍ ପ୍ରତିକ୍ରିୟା ନିମନ୍ତେ ଡା. ପୂର୍ଣ୍ଣ ଚନ୍ଦ୍ର ରାଓ ଓ ଫର୍ମାସିଷ୍ଟ ଦିଲ୍ଲୀପ ନାହାକ ଏବଂ ପଂଜିକରଣ କକ୍ଷରେ ଶିବାନୀ ସେନାପତି ଦାୟିତ୍ୱ ସୂଚାରୁପେ ତୁଲାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ସିମାଞ୍ଚଳ ପ୍ରଧାନ ଓ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ