କରୋନା ପଜିଟିଭ ବାହାରିବାରୁ ପୈାରାଚଂଳର ଦିଲାରପୁର-କ୍ୟୁରେସିମହଲା ସିଲ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୧୫ନମ୍ବର ୱାର୍ଡର ଦିଲାରପୁର ସାମିଲ କ୍ୟୁରେସିମହଲାକୁ ଜଣେ କରୋନା ପଜିଟିଭ ବାହାରିବା ପରେ ସଂପୃକ୍ତ ଅଚଂଳକୁ ସିଲ କରି ଦିଆଯିବା ସହ ସମ୍ପୂର୍ଣ୍ଣ ଅଚଂଳକୁ ପ୍ରଶାସନ ପକ୍ଷରୁ ନିଷିଦ୍ଧାଚଂଳ ଘୋଷଣା କରାଯାଇ ସାନିଟାଇଜ କରାଯାଇଛି । ଏହି ଅଚଂଳରୁ ଜଣେ ୨୪ବର୍ଷ ବୟଷ୍କ ଯୁବକଙ୍କ ଠାରେ ପ୍ରବଳ ଜ୍ୱର ସହିତ କାଶ ହେଉଥିବା ଲକ୍ଷଣ ଦେଖାଦେବା ନେଇ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଖବର ଦେବାପରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଯୁବକଙ୍କ ସ୍ୱାବ ପରୀକ୍ଷା କରାଯିବା ପରେ ତାହା ପଜିଟିଭ ଆସିବାରୁ ତାଙ୍କୁ ସେଠାରୁ ନିଆଯାଇ ଛତାସ୍ଥିତ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ସଂପୃକ୍ତ ଯୁବକ ଜଣଙ୍କ ହାଇଦ୍ରାବାଦରୁ ଫେରି କଟକ ପଦ୍ମପୁରରେ ପ୍ରଥମେ ରହୁଥିବା ବେଳେ ପରେ ଏଠାକୁ ଆସିଥିଲେ । ତାଙ୍କୁ ପ୍ରବଳ ଜ୍ୱର ଓ କାଶ ହେବାରୁ ସ୍ଥାନୀୟ ଲୋକେ ପ୍ରଶାସନକୁ ଏସମ୍ପର୍କରେ ଖବର ଦେଇଥିଲେ । ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ସ୍ୱରୂପ ସଂପୃକ୍ତ ଯୁବକଙ୍କ ସ୍ୱାବ ପରୀକ୍ଷା କରାଯିବା ପରେ ତାହା ପଜିଟିଭ ଆସିବାରୁ ସେହି ଗ୍ରାମରୁ ତାଙ୍କୁ ଛତା କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଯିବା ସହ ସଂପୃକ୍ତ ଅଚଂଳକୁ ସିଲ କରି ସାନିଟାଇଜ କରାଯାଇଛି ବୋଲି ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି । ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଓ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କ ଉପସ୍ଥିତିରେ ସଂପୃକ୍ତ ଅଚଂଳକୁ ସିଲ କରିଦିଆଯାଇଛି । ଏଥିସହିତ ସଂପୃକ୍ତ ଯୁବକଙ୍କ ସହ ମିଶିଥିବା ପରିବାର ଓ ଅନ୍ୟମାନଙ୍କ କଂଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ସେହି ଅଚଂଳକୁ ନିଷାଦ୍ଧାଚଂଳ ଭାବେ ପ୍ରଶାସନ ଦ୍ୱାରା ଘୋଷଣା କରାଯାଇ ଶନିବାର ଅପରାହ୍ନ ୪ଟା ଠାରୁ ୪୮ ଘଂଟା ପର୍ଯ୍ୟନ୍ତ ସେହି ଅଚଂଳକୁ ବାହାରୁ କେହି ଯାଇପାରିବେ ନାହିଁ କି ସେହି ଅଚଂଳରୁ ବାହାରକୁ କେହି ବାହାରିପାରିବେ ନାହିଁ ବୋଲି ମାଇକ ଯୋଗେ ଘୋଷଣା କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ରାଜ୍ୟର ଅନ୍ୟ କଂଟେନମେଂଟ ଜିଲ୍ଲାରୁ ଆସି ଏହି ଅଚଂଳରେ କେତେକ ଲୋକ ରହିଥିବାରୁ ସେହିମାନଙ୍କ ଠାରୁ ହୁଏତ ଏଭଳି ସଂକ୍ରମିତ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ